Saturday , October 16 2021
Breaking News
Home / ବିଶେଷ / ସିଆରପିଏଫ୍ ଯବାନ୍ ଙ୍କ ଶେଷକୃତ୍ୟ ସମ୍ପନ୍ନ

ସିଆରପିଏଫ୍ ଯବାନ୍ ଙ୍କ ଶେଷକୃତ୍ୟ ସମ୍ପନ୍ନ

ମାର୍ଶାଘାଇ, ୩୦/୦୯/୨୦୧୯ ( ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ ବେରୁହାଁ ପଂଚାୟତ ଅଲିଫା ଗ୍ରାମର ସିଆରଏଫ ଯବାନଙ୍କୁ ତୋପସଲାମି ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସିଆରପିଏଫ୍ ଯବାନ ତ୍ରିଲୋଚନ ସାମଲ(୫୪) ଜମ୍ମୁର ଡ଼ିଭିଜନ ଚିତିୱାଡ଼ା ସେକ୍ଟରର ୫୨ ବାଟାଲିୟନ୍ରେ କାର୍ଯ୍ୟରତ ଥିଲେ । ସେ କୀଡ଼ିନି କର୍କଟ ରୋଗରେ ଅସୁସ୍ଥତା କାରଣରୁ ମୁମ୍ବାଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ଗୁରୁବାର ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା  । ସିଆରଏଫ ଯବାନଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ସେଠାରୁ ଏକ ସ୍ୱତନ୍ତ୍ର ଭ୍ୟାନରେ ସିଆରପିଏଫ୍ ଭୁବନେଶ୍ୱର ୟୁନିଟିକୁ ନିଆଯାଇ ଗାର୍ଡ଼ ଅଫ୍ ଅନର ଦିଆଯାଇଥ୍ôଲା । ଗୁରୁବାର ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ସ୍ୱର୍ଗତ ସାମଲଙ୍କୁ ତାଙ୍କ ଜନ୍ମ ସ୍ଥାନ ଅଲିଫା ଗ୍ରାମକୁ ଅଣାଯାଇଥିଲା  । ଗ୍ରାମ ଶ୍ମଶାନରେ ତାଙ୍କୁ ରାଷ୍ଟୀ୍ରୟ ମର୍ଯ୍ୟାଦା ସହ ତୋପ ସଲାମି ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ଏକ ମାତ୍ର ପୁତ୍ର ଦେବାଶିଷ ସାମଲ ମୁଖାଗ୍ନି ଦେଇଥିଲେ । ସଂସ୍କାର ସମୟରେ ବେରୁହାଁ ସରପଂଚଙ୍କ ପ୍ରତିନିଧି ଲଳିତ ମୋହନ ସେନାପତି, ସଭ୍ୟା ସାବିତ୍ରୀ ପ୍ରଧାନ,ବନ୍ଧୁ ତପନ କୁମାର ମଲ୍ଲିକ, ଅରୁଣ କୁମାର ମଲ୍ଲିକ, ରଂଜନ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *