ରଘୁନାଥପୁର,୩୦/୦୯/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ା ଠାରେ ସାମଜୀକ ସଂଗଠନ ଏ ଫ୍ରେଣ୍ଡ ଇନ୍ ନିଡ଼୍ ଆଣ୍ଡ ଓଲ୍ଡ ଇଜ ଗୋଲ୍ଡ ପକ୍ଷରୁ ଅସହାୟଙ୍କୁ ସହାୟ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର ପ୍ରତିଷ୍ଠାତା ଇଂ ହିମାଂଶୁ ଭୁଷଣ ମଲିକ୍ ଯୋଗଦେଇ ଅସହାୟ, ଦୁର୍ଘଟଣାଗ୍ରସ୍ତଙ୍କ ବିପଦ ସମୟରେ ବନ୍ଧୁ ଭାବେ ରହି ସେବା ଯୋଗାଇ ଦେବା ପାଇଁ ଉପସ୍ଥିତ ଯୁବ ପିଢ଼ୀଙ୍କୁ ଆହ୍ୱାନ କରିଥିଲେ । ସମୟୋଚିତ ପଦକ୍ଷେପ ଜଣେ ବ୍ୟକ୍ତିକୁ ମୃତ୍ୟୁ ମୁଖରୁ ବଂଚାଇଦେଇପାରେ । ସେହିପରି ଅସହାୟ ବ୍ୟକ୍ତି ଓ ବୃଦ୍ଧ ବୃଦ୍ଧାଙ୍କ ପାଇଁ ସହାୟତାର ହାତ ବଢ଼ାଇ ପାରିଲେ ଜୀବନର ପ୍ରକୃତ ଉଦେଶ୍ୟ ସାଧନ ହୋଇ ପାରିବ ବୋଲି ସେ ମତ ପ୍ରକାଶ କରିବା ସହିତ ପ୍ରଚାର ପ୍ରସାର ଠାରୁ ଦୂରରେ ରହି ନିଜର ବର୍ତବ୍ୟ କରିବା ପାଇଁ ପରାମର୍ଶ ରଖିଥିଲେ । ସଂଗଠନର ସଭାପତି ଶ୍ରୀପତି ଲେଙ୍କା ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ କନୀମୂଳ ସରପଂଚ ଦେବଦ୍ୟୁତି ପୃଷ୍ଟି , ଦେବ ପ୍ରସାଦ ନାୟକ, ଅଂଶୁମାନ ଦାସ, ସୂନୀଲ ରାଣା, ସାପି ଆଜମ ପ୍ରମୁଖ ଯୋଗଦେଇ ସାମାଜୀକ ପ୍ରାଣୀଭାବେ ମନୁଷ୍ୟ ସମୟୋପଯୋଗୀ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟନ୍ତି ବୋଲି ମତ ବ୍ୟକ୍ତ କରିଥିଲେ । ଜିଲାର ୮ ଗୋଟି ବ୍ଲକ୍ ରୁ ଆସିଥିବା ଶତାଧିକ ଯୁବକ ଯୁବତୀ କର୍ମଶାଳାରେ ଯୋଗଦେଇ ଏଥିନମନ୍ତେ ସଂକଳ୍ପବଦ୍ଧ ହୋଇଥିଲେ । ସଂଗଠନର ୪୮ ଜଣ ସଦସ୍ୟ ଗତ ୩ ବର୍ଷ ଧରି ସାମାଜୀକ ସ୍ତରରେ ଶିକ୍ଷା, ସ୍ୱାସ୍ଥ୍ୟୃ, ପରିବେଶ, ବନ୍ୟା ବାତ୍ୟା ପ୍ରପିଡ଼ିତଙ୍କୁ ସହଯୋଗ କରିଆସୁଥିବାର ଇଂ ମଲିକ ପ୍ରକାଶ କରିଥିଲେ । କର୍ମଶାଳାରେ ଲିଜାଲିନ ଦଳେଇ, ଶୁଭସ୍ମିତା ସାମଲ, ମଧୁସ୍ମିତା ସାହୁ, ପ୍ରତିପଦ୍ମା ଭୋଇ, ଗାୟତ୍ରୀ ଦାସ, ଲକ୍ଷ୍ମୀପ୍ରିୟା ସେଠୀ, ସ୍ୱରୂପା ମଲିକ, ବନୀତା ସାହୁ, ତୃପ୍ତିମୟୀ ସାହୁ, ସୌମ୍ୟ ପ୍ରିତମ , ସାଇ ପ୍ରଭଂଜନ ମହାପାତ୍ର ଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ । ଓଡ଼ିଶା ସମାଚାର