ବ୍ରହ୍ମପୁର, ୩୦/୦୯/୨୦୧୯ (ଓଡ଼ିଶା ସମାଚାର)-ପରିବେଶକୁ ସନ୍ତୁଳିତ ରଖିବା ପାଇଁ ସାରା ବିଶ୍ୱ ଅକ୍ଟୋବର ମାସକୁ ‘ଗ୍ରୀନ ଏକ୍ସନ ଓି୍ୱକ’ ଭାବେ ପାଳନ କରି ଆସୁଅଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରର ରେଳୱେ ଷ୍ଟେସନ ରୋଡ ନିକଟସ୍ଥ ‘ଇକୋସ ଆଇ ହସପିଟଲ’ର ସମ୍ମିଳନୀ କକ୍ଷରେ ସ୍ଥାନୀୟ ସ୍ୱେଛାସେବୀ ସଂସ୍ଥା ୟୁଥ୍ ଫର ସୋସିଆଲ ଡେଭଲପମେଣଟ (ୱାଇ.ଏସ.ଡି) ତରଫରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ପରିବେଶ ଉପରେ କୁପ୍ରଭାବ ପକାଉଥିବା ଦ୍ରବ୍ୟର ଉତ୍ପାଦନକୁ ହ୍ରାସ କରିବା ସହ ଦାୟୀତ୍ୱହୀନ ବ୍ୟବହାରରେ ରୋକ ଲଗାଇବା, ପରିବେଶର ସୁରକ୍ଷା ପାଇଁ ଦାୟୀତ୍ୱବାନ କ୍ରୟ ଓ ଉତ୍ପାଦନ କରିବା, ବର୍ଯ୍ୟବସ୍ତୁ କମାଇବା ସହ ପ୍ଲାଷ୍ଟିକ୍ ଆଦିର ବ୍ୟବହାର କମ କରିବା, ପ୍ରାକୃତିକ ସମ୍ପଦର ଉପଯୋଗକୁ ଯଥାସାଧ୍ୟ କମ କରିବା, “ସମ୍ପଦର ପୁନଃ ବ୍ୟବହାର ବ୍ୟବସ୍ଥା”- ନିତୀଗତ କ୍ରୟକୁ ପ୍ରୋତ୍ସାହନରେ ଅଗ୍ରାଧୀକାର କରିବା, ‘ଉତ୍ପାଦନ ଓ ବ୍ୟବହାର ଅର୍ଥ ବ୍ୟବସ୍ଥା’ ଯାହା (ତିଆରି କରିବା, ବ୍ୟବହାର କରିବା, ପୁନଃ ବ୍ୟବହାର ପାଇଁ ସୁପରିଚାଳନା କରିବା) ପଦ୍ଧତିରେ ଆଧାରିତ “ସମ୍ପଦର ପୁନଃ ବ୍ୟବହାର ଅର୍ଥନୀତି”, ଦ୍ରବ୍ୟ ଓ ସେବାର ଯଥା ସମ୍ଭବ ବ୍ୟବହାର କରାଯିବା ଏବଂ ଦ୍ରବ୍ୟକୁ ପୁନଃ ଉତ୍ପାଦନକ୍ଷମ କରିବା, ‘ଦ୍ରବ୍ୟ ଏବଂ ସେବାର ବ୍ୟବହାର’ ମୌଳିକ ଆବଶ୍ୟକତାକୁ ପ୍ରତିଫଳିତ କରିବା, ପ୍ରାକୃତିକ ସମ୍ବଳର ଉଚିତ ବ୍ୟବହାର କରିବା ଏବଂ ସାମଗ୍ରୀ ଗୁଡିକର ନଷ୍ଟ ହେବା ପର୍ଯ୍ୟନ୍ତ ବ୍ୟବହାର କରିବା ସହ ଭବିଷ୍ୟତ ପିଢୀର ଆବଶ୍ୟକତାକୁ ଧ୍ୟାନ ଦେଇ ସତତ ବିକାଶ ଲକ୍ଷ୍ୟ ଆଧାରରେ ପ୍ରତ୍ୟେକ ମନୁଷ୍ୟକୁ ଉନ୍ନତ ସ୍ୱାସ୍ଥ୍ୟ ତଥା ଜୀବନଧାରଣର ମାନରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ କର୍ମଶାଳାରେ ଆଲୋଚନା କରାଯାଇଥିଲା ।\n ଏହି କର୍ମଶାଳାରେ ଇକୋ କ୍ଲବର ଶଙ୍କର ନାରାୟଣ ବେଜ ଏବଂ ସି.ଏ.ସିର ଶ୍ରୀ ଗୁରୁ ଚରଣ ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ୟୁଥ୍ ଫର ସୋସିଆଲ ଡେଭଲପମେଣଟ ସଂସ୍ଥାର ମୁଖ୍ୟ ଶ୍ରୀଯୁକ୍ତ ବିଭୁ ପ୍ରସାଦ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ବିସ୍ତୃତ ଭାବରେ ଉପସ୍ଥାପନା କରିବା ସହ ବ୍ରହ୍ମପୁର ସହର ପାଇଁ ଏହାର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଏଥି ସହ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଭ୍ୟ ସମାଜର ସକ୍ରିୟ ନାଗରିକଗଣ ଯୋଗଦାନ ଦେଇ ପରିବେଶ ପ୍ରଦ୍ୟୁଷଣର କାରଣ ଓ ଏହାର ନିରାକାରଣ ଉପରେ ବିସ୍ତୃତ ଭାବେ ଆଲୋକପାତ କରିବା ସହ ‘ସେୟାରିଂ କମ୍ୟୁନିଟ୍’ ମାଧ୍ୟମରେ ଏହାକୁ କିପରି ଭାବେ ସନ୍ତୁଳିତ ସ୍ଥିତିକୁ ଅଣାଯାଇପାରିବ ସେ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ମନୁଷ୍ୟ ମଧ୍ୟରେ (ସହଭାଜନ) ପ୍ରଥା ସଭ୍ୟତାର ଆରମ୍ଭରୁ ଚାଲି ଆସୁଅଛି । ମାନବଗୋଷ୍ଠୀ, ସାମାଜିକ ପ୍ରାଣୀ ହିସାବରେ ଦ୍ରବ୍ୟ ଓ ସେବା ବଣଟନ ପାଇଁ କଠିନ ପରିଶ୍ରମ କରିଥାନ୍ତି । ଅଦଳବଦଳ ବ୍ୟବସ୍ଥାଟି ଗୋଷ୍ଠୀ ସହଭାଜନ କରିବାର ସବୁଠାରୁ ପୁରୁଣା ପ୍ରଥା ଅଟେ । ଅନ୍ଲାଇନରେ କାହାଣୀ, ଫୋଟ ସେୟାର କରିବା ଠାରୁ ଆରମ୍ଭ କରି ବର୍ତମାନ ଲୋକମାନେ ଭୌତିକ ଜିନିଷ ଗୁଡିକୁ ସେୟାର/ଭାଗ କରିବାରେ ସକ୍ଷମ ହୋଇପାରୁଛନ୍ତି । ଯେପରିକି, ବାସଗୃହ, ଯାନବାହାନ, ଗୃହ ଉପକରଣ, ଆସବାବପତ୍ର ଆଦି ପରସ୍ପର ମଧ୍ୟରେ ସେୟାର/ଭାଗ କରିପାରୁଛନ୍ତି । ଆଗରୁ ଲୋକମାନେ ବଡ ବଡ ନାମିଦାମୀ କମ୍ପାନୀର ନୂଆ ଜିନିଷ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ କିନ୍ତୁ ବର୍ତମାନ, ପୂର୍ବରୁ ବ୍ୟବହାର ହୋଇଥିବା ଜିନିଷକୁ ପୁନଃବ୍ୟବହାର କରିବାକୁ ଧିରେ ଧିରେ ବିକଳ୍ପ ବ୍ୟବସ୍ଥା ଭାବେ ଆପଣାଉଛନ୍ତି । ଆବଶ୍ୟକ ବେଳେ ଗୋଟିଏ କାରକୁ “ଗାଡି ଭାଗିଦାରୀ” ବା ଭଡାରେ ନେଉଛନ୍ତି ଏବଂ ଅନାବଶ୍ୟକ ଜିନିଷ ଗୁଡିକୁ ଆବଶ୍ୟକ ଥିବା ବ୍ୟକ୍ତି ବିଶେଷ ସହ ସେୟାର/ଭାଗ କରୁଛନ୍ତି । ଏହି ସବୁ ଉଦାହରଣ ଗୁଡିକ ବର୍ତମାନ ଆମ ସମାଜର ମୁଖ୍ୟସ୍ରୋତରେ ଓ ନିତିଦିନିଆ ଜୀବନର ଅଂଶ ହୋଇଯାଇଛି ।ପରିଶେଷରେ ଅଲୋଚ୍ୟ ବିଷୟ ବସ୍ତୁ ଉପରେ ପ୍ରଶ୍ନ ଉତରର ମାହଲ ଏକରକମର ହୃଦୟସ୍ପର୍ଶୀ ରହିବା ସହିତ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ୱାଇ.ଏସ.ଡି ର ଚନ୍ଦନ କୁମାର ସାହୁ, ଅଭିରାମ କଁହର ଓ ତାପସ କୁମାର ପାତ୍ର ପରିଚାଳନା କରିବା ସହ ସହଯୋଗ କରିଥିଲେ । ଓଡ଼ିଶା ସମାଚାର