Monday , December 6 2021
Breaking News
Home / ରାଜନୀତି / ବିଜେଡ଼ି ସଭ୍ୟ ସଂଗ୍ରହ ଅଭିଯାନ ବୈଠକ

ବିଜେଡ଼ି ସଭ୍ୟ ସଂଗ୍ରହ ଅଭିଯାନ ବୈଠକ

ଗରଦପୁର,୩୦/୦୯/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ନିକଟସ୍ଥ ଡ଼ାକ ବଙ୍ଗଳାରେ ଆଜି ବ୍ଲକ୍ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠଳରେ ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ରାଜେସ ଦାସ ସଭାପତିତ୍ୱ କରିଥିବାବେଳେ ବୈଠକରେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା ଯୋଗଦେଇ ସଭ୍ୟ ସଂଗ୍ରହ ଅଭିଯାନକୁ ଦଳର ସକ୍ରୀୟ ସଭ୍ୟମାନେ ୱାର୍ଡ଼ ସ୍ତରରେ ଘରକୁ ଘର ଯାଇ ପୁରୁଷ ମହିଳା, ଯୁବକ ଯୁବତୀ ମାନଙ୍କୁ ଦଳରେ ଗ୍ରହଣ କରି ସଦସ୍ୟତା ଅଭିଯାନକୁ ତ୍ୱରାନ୍ୱୀତ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ, ଯୁବ ନେତା ସଂଜୟ ଅଗ୍ରୱାଲା, ବ୍ଲକ୍ ମହିଳା ବିଜେଡ଼ି ସଭାନେତ୍ରୀ ସୁଜାତା ମିଶ୍ର, ସଭ୍ୟ ସଂଗ୍ରହ ଅଭିଯାନର ପ୍ରମୁଖ କାହ୍ନା ଅଗ୍ରୱାଲା ପ୍ରମୁଖ ସଭ୍ୟ ସଂଗ୍ରହ ସମ୍ପର୍କିତ ତଥ୍ୟ ଭିତିକ ଆଲୋଚନା କରିଥିଲେ । ବୈଠକରେ ଦଳିୟ ନେତା ନାରାୟଣ ସ୍ୱାଇଁ, ସରପଂଚ ପ୍ରକାଶ ଚନ୍ଦ୍ର ସାହୁ, ସରପଂଚ ଅନୁଜ କୁମାର ମହାନ୍ତି, ସରପଂଚ ଗୌରାଙ୍ଗ ଚରଣ ପରିଡ଼ା, ସରପଂଚ ଅରୁଣ କୁମାର ନାଏକ ,ସରପଂଚ ସୁକାନ୍ତୀ ମୁଦୁଲୀ, ସରପଂଚ ଗୋକୁଳାନନ୍ଦ ବେହେରା, ସରପଂଚ ଆରତୀ ମଲିକ୍, ଜିଲାପରିଷଦ ସଦସ୍ୟା ସୁଜାତା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଦଳର ଶତାଧିକ ଛାମୁଆ କର୍ମୀମାନେ ଯୋଗ ଦେଇଥିଲେ । ସକ୍ରୀୟ ସଦସ୍ୟ ମାନଙ୍କୁ ବିଧାୟିକା ଶ୍ରୀମତୀ ଅଗ୍ରୱାଲା ସଭ୍ୟ ସଂଗ୍ରହ ଅଭିଯାନ ପୁସ୍ତିକା ବଂଟନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବିବାଦରେ ପାରାଦୀପ ବିଜେପି ସଙ୍ଗଠନ- ଜିଲ୍ଲା ଉପସଭାପତିଙ୍କୁ ଆକ୍ରମଣ, ଥାନାରେ ମାମଲା

ପାରଦୀପ , ୨୫/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ରକ୍ଷ ତଥା ଜିଲ୍ଲା ବିଜେପିର ଉପସଭାପତି ଅଜିତ …

Leave a Reply

Your email address will not be published. Required fields are marked *