Thursday , September 28 2023
Home / ରାଜନୀତି / ବିଜେଡି ବୈଠକରେ ଗଣ୍ଡଗୋଳ,ଥାନାରେ ଦୁଇଟି ଅଭିଯୋଗ – ପୃଥକ୍ ପୃଥକ୍ ଦୁଇଟି ମାମଲା ରୁଜୁ   

ବିଜେଡି ବୈଠକରେ ଗଣ୍ଡଗୋଳ,ଥାନାରେ ଦୁଇଟି ଅଭିଯୋଗ – ପୃଥକ୍ ପୃଥକ୍ ଦୁଇଟି ମାମଲା ରୁଜୁ   

ଗରଦପୁର,୩୦/୦୯/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ପଂଚାୟତର ବିଜେଡି ବୈଠକରେ ଗଣ୍ଡଗୋଳ ଘଟିବାରୁ ପାଟକୁରା ଥାନାରେ ଦୁଇଟି ଅଭିଯୋଗ କରାଯାଇଛି । ଏହି ଦୁଇଗୋଟି ଅଭିଯୋଗ ଉପରେ ପାଟକୁରା ଥାନାରେ ପୃଥକ୍ ପୃଥକ୍ ଦୁଇ ଗୋଟି ମାମଲା ରୁଜୁ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ,ପାଟକୁରାସ୍ଥିତ କହ୍ନେଇଲାଲଜୀଉଙ୍କ ମଠ ପରିସରରେ ପାଟକୁରା ପଂଚାୟତ ବିଜେଡିର ଏକ ସମୀକ୍ଷା ବୈଠକ ଗତ କାଲି ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ,ଗରଦପୁର ବ୍ଳକର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲିପ କୁମାର ସାହୁ,ପାଟକୁରା ବିଧାୟିକାଙ୍କ ପୁତ୍ର ସଞ୍ଜୟ ଅଗ୍ରୱାଲ ପ୍ରମୁଖ ବିଜେଡିର ଛାମୁଆଁ କର୍ମୀମାନେ ଉପସ୍ଥିତ ଥିଲେ । ମାତ୍ର ସେଠାରେ ବୈଠକ ଚାଲିଥିବା ସମୟରେ ହରିଦାସପୁର ଗ୍ରାମର ଜଣେ,ବେଡାରୀ ଗ୍ରାମର ଜଣେ ଓ କୂଳତୁଠୀ ଗ୍ରାମର ଜଣେ ମୋଟ ତିନି ଜଣ ଯୁବକ ସେଠାରେ ପହଂଚି ପାଟକୁରା ସରପଂଚଙ୍କୁ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିବା  ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଉପରେ ପାଟକୁରା ଥାନାରେ ଏକ ମାମଲା ରୁଜୁ କରାଯାଇଛି ।  ସେହିପରି ଏହି ସଭାରେ ଉପସ୍ଥିତ ଥିବା ଗରଦପୁର ବ୍ଳକର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି ଯେ,ଏଠାରେ ଦଳିୟ ବୈଠକ ଚାଲିଥିବାବେଳେ,କୂଳତୁଠୀ ଗ୍ରାମର ଜଣେ  ଓ ବେଡାରୀ ଗ୍ରାମର ଜଣେ ମୋଟ ଦୁଇ ଜଣ ଯୁବକ ସେଠାରେ ପହଂଚି ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ମାଡ ମରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ମଧ୍ୟ ଅନ୍ୟ ଏକ ମାମଲା ରୁଜୁ କରାଯାଇଥିବା ପାଟକୁରା ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନ ପ୍ରକାଶ କରିଛନ୍ତିି । ଗଣ୍ଡଗୋଳ ଘଟିବା ସମ୍ପର୍କରେ ପାଟକୁରା ଥାନାରେ ଦୁଇଗୋଟି ପୃଥକ୍ ଭାବରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବାବେଳେ, ଅଭିଯୁକ୍ତମାନେ ଫେରାର ଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *