Wednesday , October 5 2022
Home / ରାଜନୀତି / ବିଜେଡିର ସଭ୍ୟ ସଂଗ୍ରହ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବିଜେଡିର ସଭ୍ୟ ସଂଗ୍ରହ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ, ୩୦/୦୯/୨୦୧୯ ( ଓଡ଼ିଶା ସମାଚାର)-ଓଡିଶାର ପ୍ରତି ଘରେ ନବୀନଙ୍କ ଜନକଲ୍ୟାଣ ଯୋଜନା ପହଂଚାଇବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶନିବାର ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ପକ୍ଷରୁ ଆୟୋଜିତ ସଭ୍ୟସଂଗ୍ରହ ଓ ପ୍ରଶିକ୍ଷଣ ଶିବିରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି  । ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୈାରହିତ୍ୟରେ ଆୟୋଜିତ ସଭାରେ ବିଧାୟକ ଶ୍ରୀସାହୁ କହିଲେ, ମୁଖ୍ୟମନ୍ତ୍ରୀ ବିଜେଡି ଦେଇଥିବା ନିର୍ବାଚନ ପ୍ରତିଶୃତିକୁ ପାଳନ କରିବା ସହିତ ଭୋଟଦାତାଙ୍କୁ ବିଜେଡି ପରିବାରରେ ସାମିଲ କରି ସମସ୍ତ ସରକାରୀ ଯୋଜନା ପ୍ରତି ଘରେ ପହଂଚାଇବା ପାଇଁ ଦେଇଥିବା ଆହ୍ୱାନକୁ ଦଳର ନେତା ଓ କର୍ମୀ ନିଷ୍ଠାର ସହିତ କାର୍ଯ୍ୟକାରୀ କରନ୍ତୁ । ପଟ୍ଟାମୁଣ୍ଡାଇ ବ୍ଲକରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବା ସହିତ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରି ବିରୋଧୀଙ୍କୁ ମୁକାବିଲା କରିବାକୁ ଆହ୍ୱାନ ଦେଇଥିଲେ  । ଏହି ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା, ଉପାଧ୍ୟକ୍ଷ ସୁଶାନ୍ତ ଦାସ, ବ୍ଲକବିଜେଡି ଉପସଭାପତି ସୁରେଶ ପଣ୍ଡା, ଅରକ୍ଷିତ ସାହୁ ଓ ସର୍ବେଶ୍ୱର ମହାନ୍ତି, ବ୍ଲକ ଯୁବବିଜେଡି ସଭାପତି ରଂଜନ ବିଶ୍ୱାଳ, ଜିଲ୍ଲାପରିଷଦ ସଦସ୍ୟ ପ୍ରଫୁଲ୍ଲ ପ୍ରଧାନ, ପୂର୍ବତନ ଜିଲାପରିଷଦ ସଦସ୍ୟ ଧନୁର୍ଜ୍ଜୟ ସ୍ୱାଇଁ, ଜିଲା ଦଳିତସେଲ ସଭାପତି ବାରେଣୀ ସେଠୀ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜୟନ୍ତୀ ସ୍ୱାଇଁ, ବରିଷ୍ଠନେତା ସମିତିସଭ୍ୟ ଶ୍ରୀକାନ୍ତ ସାହୁ, ପୂର୍ବତନ ସରପଂଚ ସୁବାସ ଦାଶ, ଯୁବନେତା ପ୍ରଦ୍ୟୁମ୍ନ ସାମନ୍ତରାୟ, ବ୍ଲକ ବିଜେଡି ସାଧାରଣ ସମ୍ପାଦକ କଳାକର ପ୍ରଧାନ ପ୍ରମୁଖ ଭାଷଣ ଦେଇ ବିଜେଡିର ସଭ୍ୟସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ ଦେଇଥିଲେ  । ଏଥିରେ ଡାମରପୁର ସରପଂଚ ନିଂରଜନ ସେଠୀ, ସମିତିସଭ୍ୟ ବିଚିତ୍ର ମଲିକ, ଶାସନ ସମିତିସଭ୍ୟ ରଶ୍ମି ମଲିକ, ଓଉପଦା ସରପଂଚ ସୁବାସ ଖଟୁଆ, ସମିତିସଭ୍ୟ ଶରତ ସାମଲ, ବିଲିକଣା ସରପଂଚ ପ୍ରଦୀପ ପଣ୍ଡା,ବଡପଡା ସରପଂଚ କୈଳାସ ସିଂହ, ଗଙ୍ଗାରାମପୁର ସରପଂଚ ପ୍ରଫୁଲ୍ଲ ତରାଇ, ଅରଡପଲ୍ଲୀ ସରପଂଚ ଲକ୍ଷ୍ମୀପ୍ରିୟା ଜେନା, ପୂର୍ବତନ ସରପଂଚ ଶ୍ରୀମନ୍ତ ଦାସ, ଟୁବୁଲି ଚୈାଧୁରୀ, ସାନଜରିଆ ସରପଂଚ ରଶ୍ମିତା ବାରିକ, ସମିତିସଭ୍ୟ ବନସ୍ମିତା ଦାସ, କଖାରୁଣି ସରପଂଚ ରୀନାରାଣୀ ମଲିକ, ସମିତିସଭ୍ୟ ମେନକା ମଲିକ, ଖଡିଅଂଟା ସରପଂଚ ରେବତୀ ବିହାରୀ, ସମିତିସଭ୍ୟ ନିର୍ମଳ ମଲିକ, ଚନ୍ଦନନଗର ସରପଂଚ ବନ୍ଦିତା ଦାସ, ବିଜେଡି ନେତା ରାମ ଚନ୍ଦ୍ର ରାଉତ, କଳ୍ପତରୁ ମଲିକ,ସୁଦାମ ରାଉତ, ରାମ ଚନ୍ଦ୍ର ବାଇ, ଅଜାମ୍ବର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ୧୯ଟି ପଂଚାୟତର ନିର୍ବାଚିତ ପ୍ରତିନିଧି ନେତା ଓ କର୍ମକର୍ତାଙ୍କୁ ସଭ୍ୟ ସଂଗ୍ରହ ପୁସ୍ତକ ପ୍ରଦାନ କରାଯାଇଥିଲା  । କାର୍ଯ୍ୟକ୍ରମକୁ ପୂର୍ବତନ ପୈାର ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ନଗର ଯୁବବିଜେଡି ସଭାପତି ମିଟୁମନୋଜ ନାୟକ, ଯୁବନେତା ବୁଢା ଲେଙ୍କା, ପୂର୍ବତନ କାଉନସିଲର ମଳୟ ମଲିକ, ରଂଜିତ ସାହୁ ପ୍ରମୁଖ ପରିଚାଳନା କରିଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published.