Wednesday , October 27 2021
Breaking News
Home / ତାଜା ଖବର / ବାରହା ଆକ୍ରମଣରେ ବୃଦ୍ଧ ମୃତ

ବାରହା ଆକ୍ରମଣରେ ବୃଦ୍ଧ ମୃତ

କେନ୍ଦୁଝର, ୩୦/୦୯/୨୦୧୯ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭୁୟାଁ ଜୁଆଙ୍ଗ ପୀଢ ରେଞ୍ଜ କାଞ୍ଜିପାଣି ସେକ୍ସନ ଅନ୍ତର୍ଗତ ଶଙ୍କରେଇ ଜଙ୍ଗଲରେ ବାରହା ଆକ୍ରମଣରେ ଜଙ୍ଗଲକୁ ଯାଇଥିବା ଜଣେ ବୃଦ୍ଧଙ୍କର ମୃତୁ୍ୟ ହୋଇଛି । ଗୁରୁବାର ଅପରାହ୍ନରେ ଶଙ୍କରେଇ ଗ୍ରାମର ଭକଲୁ ପ୍ରଧାନ(୫୫) ଘରଠାରୁ ୧କିଲୋମିଟର ଦୂର ଜଙ୍ଗଲକୁ ଶୌଚ ପାଇଁ ଯାଇଥିଲେ । ତେବେ ସେ ଘରକୁ ନଫେରିବାରୁ ତାଙ୍କ ସ୍ତ୍ରୀ ମଙ୍ଗୁଳି ପ୍ରଧାନ ଖୋଜାଖୋଜି କରି ନିକଟସ୍ଥ ଜଙ୍ଗଲରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିବାବେଳେ ଖବରପାଇ ଶୁକ୍ରବାର ସକାଳୁ ଫରେଷ୍ଟର ଟିକେଶ୍ୱର ମହାନ୍ତ,ଫରେଷ୍ଟଗାର୍ଡ ନିରଞ୍ଜନ ସେଠୀ, ନଗେନ୍ଦ୍ର ଜେନା, ସନ୍ତୋଷ ବେହେରା ପ୍ରମୁଖ ଘଟଣାସ୍ଥଳକୁ ଯାଇ ଭକଲୁ ପ୍ରଧାନଙ୍କ ମୃତଦେହ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ତଦନ୍ତ ସମୟରେ ଜଙ୍ଗଲୀ ବାରହା ଆକ୍ରମଣରେ ତାଙ୍କର ମୃତୁ୍ୟ ହୋଇଥିବା ଜଣାପଡିଥିଲା । ବାରହା ଭକଲୁର ମୁଣ୍ଡ ଏବଂ ଡାହାଣ ଗୋଡରେ ପ୍ରବଳ ଆଘାତ କରିବାରୁ ପ୍ରଚୁର ପରିମାଣର ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତୁ୍ୟ ହୋଇଥିବା ଅନୁମାନ କରାଯାଉଛି । ଶୁକ୍ରବାର ସକାଳ ସମୟରେ ମୃତକର ପୁତୁରା ରାଧାକାନ୍ତ ପ୍ରଧାନ ବାଂଶପାଳ ଫାଣ୍ଡିରେ ଏତଲା ଦେଇଥିଲେ । ଘଟଣା ସଂପର୍କରେ ଜଣାଇବା ପରେ ମଧ୍ୟ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ପୁଲିସ ନଆସିବାରୁ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *