Monday , October 18 2021
Breaking News
Home / ତାଜା ଖବର / ବଜ୍ରପାତରେ ୨ ଗୋରୁ ମୃତ, ଜଗୁଆଳ ଆହତ

ବଜ୍ରପାତରେ ୨ ଗୋରୁ ମୃତ, ଜଗୁଆଳ ଆହତ

କେନ୍ଦୁଝର, ୩୦/୦୯/୨୦୧୯ (ଓଡ଼ିଶା ସମାଚାର)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଜଗମୋହନପୁର ଗ୍ରାମ ପଂଚାୟତର ସରୁଆଳୀଠାରେ ଶୁକ୍ରବାର ଅପରାହ୍ନରେ ବଜ୍ରାଘାତରେ ୨ ଗୋରୁଙ୍କର ମୃତୁ୍ୟ ହୋଇଥିବାବେଳେ ଗୋରୁ ଚରାଳି ଆହତ ହୋଇଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ, ଶୁକ୍ରବାର ଅପରାହ୍ନ ୪ଟା ୩୦ରେ ପଂଚାୟତ ନିକଟସ୍ଥ ଆମ୍ବ ବଗିଚାରେ ଗୋରୁ ଚରୁଥିବାବେଳେ ବଜ୍ରାଘାତ ହୋଇଥିଲା । ବଜ୍ରାପାତରେ ବୃନ୍ଦାବନ ଖୁଂଟିଆଙ୍କ ଗୋଟିଏ ଏବଂ ନିଶାକର ଖୁଂଟିିଆଙ୍କର ଗୋଟିଏ ଗୋରୁକୁ ମିଶାଇ ୨ଟି ଗୋରୁଙ୍କର ମୃତୁ୍ୟ ହୋଇଛି । ଗୋରୁ ଚରାଳି ସୁନିଆ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ବେଗୁନିଆରେ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ – ଜଣେ ଗୁରୁତର ଆହତ

ଖୋର୍ଦ୍ଧା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପାରିବାରିକ ଗଣ୍ଡଗୋଳରୁ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ବିଭୂତି …

Leave a Reply

Your email address will not be published. Required fields are marked *