Tuesday , October 26 2021
Breaking News
Home / ଶିକ୍ଷା / ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୩୦/୦୯/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଅଯୋଧ୍ୟାନଗର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପଲତା ନାୟକଙ୍କୁ ସୋମବାର ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ୨୦୦୫ ମସିହାରୁ ଅଯୋଧ୍ୟାନଗର ପ୍ରାଥମିକ ବିଦ୍ୟାଳୟରେ ଯୋଗଦେବା ପରେ ପୁଷ୍ପଲତା ଏଠାରେ ଶିକ୍ଷା କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନେଇ ନୀରକ୍ଷରତା ହାରକୁ ହ୍ରାସ କରିବା ସହିତ ବହୁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିପାରିଥିଲେ । ଶ୍ରୀମତୀ ନାୟକ ଜଣେ ଛାତ୍ରବସôଳ ଶିକ୍ଷୟତ୍ରୀ ଭାବେ ଅଂଚଳରେ ବେଶ ପରିଚିତ ଥିଲେ ।  ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ନାୟକଙ୍କୁ ପୁଷ୍ପଗୁଛ,ଉରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ପୂର୍ବତନ କାଉନସିଲର ଦେବେନ୍ଦ୍ର ରାଉତ,ସାମ୍ବାଦିକ ତଥା ବିଦ୍ୟାଳୟର ପୁରାତନ ଛାତ୍ର ପ୍ରଶାନ୍ତ କୁମାର ନାୟକ,ତୁଳସୀ ଯୁବକ ସଙ୍ଘର ସୁବାଷ ସେଠୀ,ପ୍ରଦୀପ ନାୟକ,ହେମନ୍ତ ମଲ୍ଲିକ,ରମେଶ ସେଠୀ,ବାବୁନୀ ସେଠୀଙ୍କ ସମେତ ଅଯୋଦ୍ଧାନଗର ଗ୍ରାମର ମୁରବୀମାନେ ଯୋଗଦେଇ ପ୍ରଧାନଶିକ୍ଷୟତ୍ରୀ ପୁଷ୍ପଲତାଙ୍କ ସୁସ୍ଥ ଭବିଷ୍ୟତ କାମନା କରି ଶୁଭେଛା ଜଣାଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦାୟକାଳିନ ସମ୍ବର୍ଦ୍ଧନା ସଙ୍ଗୀତ ଗାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୧୮ ମାସ ପରେ ପ୍ରାଥମିକ ବିଦ୍ୟାଳୟ ଖୋଲୁଛି ଆଜି –

ପ୍ରଥମ ଦୁଇ ଦିନ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଙ୍ଗୀତଗାନ, ଚିତ୍ରାଙ୍କନ, ମାଟି କାମ, କୋଭିଡ୍ ସମୟରେ କିପରି …

Leave a Reply

Your email address will not be published. Required fields are marked *