Tuesday , October 26 2021
Breaking News
Home / ବିଶେଷ / ପେଟୁଆ – ମଧୁରକୂଳ ରାସ୍ତା ଅବରୋଧମୁକ୍ତ ପାଇଁ  ଜିଲ୍ଲାପାଳଙ୍କ ନିକଟରେ ଦାବି

ପେଟୁଆ – ମଧୁରକୂଳ ରାସ୍ତା ଅବରୋଧମୁକ୍ତ ପାଇଁ  ଜିଲ୍ଲାପାଳଙ୍କ ନିକଟରେ ଦାବି

କେନ୍ଦ୍ରାପଡା,୩୦/୦୯/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ପଂଚାୟତର ଅଧିବାସୀମାନେ ସୋମବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ପାଟୁଆ – ମଧୁରକୂଳ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ହୋଇଥିବା ବେଳେ ସେହି ରାସ୍ତାର ଗୋଟିଏ ଅଂଶ ୧୯୮୦ ମସିହା ପୂର୍ବରୁ ଶ୍ରୀବଳଦେବଜୀଉଙ୍କ ଦେବୋତରସଂସ୍ଥା ଅଧିନରେ ଥିଲା । ପରେ ସେହି ଅଂଶ ଜମିକୁ ଚଂଚକତା କରାଯାଇ ଶ୍ରୀଗଣେଶଜୀଉ ମାର୍ଫତ ମାଧବ ପଢିଆରୀଙ୍କ ନାମରେ କରାଯାଇଥିବା ଅଭିଯୋଗ ହୋଇଛି । ୧୯୯୦ମସିହାରୁ ପୁଣି ସେହି ଜମିକୁ ଶ୍ରୀଗଣେଶଜୀଉ ମାର୍ଫତ ୧୦/୧୨ଜଣ ଗ୍ରାମବାସୀଙ୍କ ନାମରେ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରାୟ ୧୦କିଲୋମିଟର ଲମ୍ବ ପେଟୁଆ – ମଧୁରକୂଳ ସିମେଂଟ କଂକ୍ରିଟ ରାସ୍ତାଟି ଆୟବା +୨ ସରକାରୀ ବିଜ୍ଞାନ ମହାବିଦ୍ୟାଳୟକୁ ସଂଯୋଗ କରୁଛି । ଏହି ରାସ୍ତାରେ ଦୈନିକ ୫ରୁ ୭ହଜାର ଲୋକ ଜିଲ୍ଲା ସଦର ମହକୁମାକୁ ଯାତାୟତ କରିଥାନ୍ତି । ଦୀର୍ଘ ୩୦ବର୍ଷରୁ ଉଦ୍ଧ୍ୱର୍ ହେବ ମେଂଟାଲ ରାସ୍ତାଥିବା ପେଟୁଆ – ମଧୁରକୂଳ ପ୍ରାୟ ୧୫ବର୍ଷ ହେବ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସିମେଂଟ କଙ୍କ୍ରୀଟ ରାସ୍ତା ହୋଇଛି । ଏହି ରାସ୍ତାର କିଛି ଅଂଶ ଶ୍ରୀଗଣେଶଜୀଉ ମାର୍ଫତ ୧୦/୧୨ଜଣ ଗ୍ରାମବାସୀଙ୍କ ନାମରେ ପରିବର୍ତନ କରାଯାଇଥିବାରୁ ସେମାନେ ରାସ୍ତାର ଉନ୍ନତିକରଣରେ ବାଧକ ସାଜିଥିବାରୁ ଏହା ସର୍ବସାଧାରଣଙ୍କ ସ୍ୱାର୍ଥରେ ଘୋର ସମସ୍ୟା ସୃଷ୍ଟି କରିଛି । ଏଣୁ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସନ୍ତୋଷ କୁମାର ବେହେରା,ମାଧବ ବେହେରା,ବଳରାମ ବେହେରା,ବିଭୂତି ସ୍ୱାଇଁ,ଅରକ୍ଷିତ ନାୟକ,ସୁମନ୍ତ ନାୟକ ପ୍ରମୁଖ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ଭେଟି ନିବେଦନ କରିଛନ୍ତି । ଓଡ଼଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *