Friday , September 22 2023
Breaking News
Home / ଶିକ୍ଷା / ତିର୍ତୋଲ କଲେଜରେ ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକ ସମାରୋହ

ତିର୍ତୋଲ କଲେଜରେ ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକ ସମାରୋହ

              ‘ଜାତୀୟ ସେବା ଯୋଜନାର ଆଦର୍ଶ ହିଁ ଗାନ୍ଧିଜୀ’

ତିର୍ତୋଲ, ୩୦/୦୯/୨୦୧୯ ( ଓଡ଼ିଶା ସମାଚାର)-ତିର୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ଓ ଗାନ୍ଧିଜୀଙ୍କର ୧୫୦ତମ ଜନ୍ମ ବାର୍ଷିକ ସମାରୋହ ଅଧ୍ୟକ୍ଷ କ୍ୟାପଟେନ ପ୍ର.ଜ୍ଞାନଜ କୁମାର ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଅର୍ଥନୀତି ବିଭାଗର ମୁଖ୍ୟ ପ୍ର.ବିରଂଚି ନାରାୟଣ ମହାପାତ୍ର ଯୋଗଦେଇ ଜାତୀୟ ସେବା ଯୋଜନାର ମହତ୍ୱ ଓ ଗାନ୍ଧିଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ଗାନ୍ଧିଜୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ପ୍ର.ହିମାଂଶୁ ଶେଖର ଆଚାର୍ଯ୍ୟ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀଙ୍କୁ ଗାନ୍ଧିଜୀଙ୍କ ସେବାଦର୍ଶନରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଜାତୀୟ ସେବା ଯୋଜନା(ଏନଏସଏସ)ର କାର୍ଯ୍ୟକ୍ରମ ଅଧିକାରୀ ଡ.ଅଶୋକ କୁମାର ରାଉତ ଏନଏସଏସର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ ବକ୍ତୃତା ଓ ସାଧାରଣଜ୍ଞାନ ପ୍ରତିଯୋଗିତାଙ୍କୁ ବିଚାରକ ଭାବେ ପ୍ରାଧ୍ୟାପିକା କୟନ୍ତୀ ମେକାପ, ପ୍ରାଧ୍ୟାପିକା ରତ୍ନାବତୀ ମିଶ୍ର, ଅଧ୍ୟାପକ ସୁମନ୍ତ କୁମାର ଭୋଇ, ଅଧ୍ୟାପକ ଅଜିତ କୁମାର କାମିଲା ଯୋଗଦେଇଥିେଲ । ବକ୍ତୃତା ପ୍ରତିଯୋଗିତାରେ +୨ ସ୍ତରରେ ଲକ୍ଷ୍ମୀପ୍ରୀୟା ମହାନ୍ତି ପ୍ରଥମ, ପ୍ରିୟଙ୍କା ପ୍ରୀୟଦର୍ଶିନୀ ବେହେରା ଦ୍ୱିତୀୟ, ଶିବପ୍ରସାଦ ମହାନ୍ତି ତୃତୀୟ, +୩ ସ୍ତରରେ ଅଂଶୁମାନ ସାହୁ ପ୍ରଥମ, ଜୀବେଶ କୁମାର ଦେବଦର୍ଶନ ଦ୍ୱିତୀୟ, ପ୍ରିୟତମା ଦାସ ତୃତୀୟ, ସାଧାରଣଜ୍ଞାନ ପ୍ରତିଯୋଗିତାରେ +୨ସ୍ତରରେ ଲକ୍ଷ୍ମୀପ୍ରିୟା ମହାନ୍ତି ପ୍ରଥମ,ସ୍ମୃତିପ୍ରଜ୍ଞା ପାଲ ଦ୍ୱିତୀୟ, ଶିବ ପ୍ରସାଦ ମହାନ୍ତି ତୃତୀୟ, +୩ ସ୍ତରରେ ପ୍ରୀୟତମା ଦାସ ପ୍ରଥମ, ବିଶ୍ୱଜିତ ଦାସ ଦ୍ୱିତୀୟ ଓ ଅଂଶୁମାନ ସାହୁ ତୃତୀୟ ସ୍ଥାନ ଲାଭ କରି ପୁରସ୍କୃତ ହୋଇଥିଲେ । ଅଧ୍ୟାପିକା ସାଗରିକା ପୃଷ୍ଟି, ଅଧ୍ୟାପକ ଋତୁପଦ ମହାନ୍ତି, ସ୍ୱେଚ୍ଛାସେବୀ ଶୁଭଲକ୍ଷ୍ମୀ ଖଟୁଆ, ଲୋପାମୁଦ୍ରା ସ୍ୱାଇଁ, ଦେବଜାନୀ ପାଲ ପ୍ରମୁଖ ପରିଚାଳନା କରିଥିଲେ । ଏନଏସଏସ ସ୍ୱେଛାସେବୀ ଓ ଏନସିସି କ୍ୟାଡେଟ ମାନେ ଯୋଗଦେଇଥିବାବେଳେ ଅଧ୍ୟାପିକା ପୃଷ୍ଟି ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *