Monday , October 18 2021
Breaking News
Home / ବିଶେଷ / ଛଦ୍ମବେଶରେ ସଦର ଥାନା ଅଧିକାରୀଙ୍କ ଆର.ଟିଓ.କାର୍ଯ୍ୟାଳୟ ପରିଦର୍ଶନ – ଆର.ଟି.ଓ. ଅଫିସ ଶୁନଶାନ ୨ଦଲାଲ ଗିରଫ

ଛଦ୍ମବେଶରେ ସଦର ଥାନା ଅଧିକାରୀଙ୍କ ଆର.ଟିଓ.କାର୍ଯ୍ୟାଳୟ ପରିଦର୍ଶନ – ଆର.ଟି.ଓ. ଅଫିସ ଶୁନଶାନ ୨ଦଲାଲ ଗିରଫ

କେନ୍ଦ୍ରାପଡା,୩୦/୦୯/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ଆଂଚଳିକ ପରିବହନ କାର୍ଯ୍ୟାଳୟ (ଆର.ଟି.ଓ.) ଅଫିସକୁ ଦଲାଲମୁକ୍ତ କରାଯିବା ନିର୍ଦେଶକୁ କେନ୍ଦ୍ରାପଡା ସଦର ଥାନା ଭାରପ୍ରାପ୍ତ ଇନିସପେକ୍ଟର (ଆଇ.ଆଇ.ସି.) ପ୍ରମୋଦ କୁମାର ମଲ୍ଲିକ ଜିଲ୍ଲାରେ ପ୍ରଥମେ କାର୍ଯ୍ୟକାରି କରି ସୋମବାର ୨ ଦଲାଲଙ୍କୁ ସେଠାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଖାଯାଇଛି । ସଦର ଥାନା ଆଇ.ଆଇ.ସି. ଶ୍ରୀ ମଲ୍ଲିକ ଛଦ୍ମବେଶରେ ଆଜି ସ୍ଥାନୀୟ ଆର.ଟି.ଓ.ଅଫିସରେ ପହଁଚିଥିଲେ । ସେ ଏଭଳି ବେଶ ପୋଷାକ ପରିଧାନ କରିଥିଲେ ଯେ ତାଙ୍କୁ ଚିହ୍ନିବା କାହାରି ପକ୍ଷରେ ସମ୍ଭବ ନଥିଲା । ଆଇ.ଆଇ.ସି. ଶ୍ରୀ ମଲ୍ଲିକ ସାରା ଅଫିସ ବୁଲି ଦେଖିବା ପରେ ସେଠାରେ ଦଲାଲି କରୁଥିବା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ଅମରେଶ ଚନ୍ଦ୍ର ସାହୁ(୬୦) ଓ ସଦର ଥାନା ଅନ୍ତର୍ଗତ ଗୋବିନ୍ଦଜୀଉପାଟଣା ଗ୍ରାମର ନିହାର ରଞ୍ଜନ ଦାସ(୨୮)ଙ୍କୁ ଗିରଫ କରି ଥାନା କେଶ ନମ୍ବର ୨୭୫/୨୦୧୯ରେ ଏକ ମାମଲା ରୁଜୁ କରାଯିବା ସହ ଆଇ.ପି.ସି.ର ଦଫା ୪୨୦,୪୭୧ ଓ ୩୪ ରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ମଲ୍ଲିକଙ୍କ ଠାରୁ ସୂଚନା ମିଳିଛି । ଆର.ଟି.ଓ. ଅଫିସରୁ ୨ଦଲାଲଙ୍କୁ ଗିରଫ କରାଯିବା ପରେ ଅନ୍ୟ ଦଲାଲଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *