ଆନନ୍ଦପୁର, ୩୦/୦୯/୨୦୧୯ (ଓଡ଼ିଶା ସମାଚାର)- ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ପଂଚାୟତର କନ୍ତଳା ଗ୍ରାମରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ହତ୍ୟାକାଣ୍ଡ । ଗୁଣିଗାରେଡିକୁ କେନ୍ଦ୍ରକରି ଗ୍ରାମର ଅଙ୍କୁର ବିରୁଆ(୨୮)ନାମକ ଯୁବକ, ସେହି ଗ୍ରାମର ୫୫ବର୍ଷିୟ ମହିଳା ବିରାଙ୍ଗି ପୁର୍ତିକୁ ଏକ କଟୁରୀ ସାହାଯ୍ୟରେ ହତ୍ୟା କରିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି । ଖବରପାଇ ଆନନ୍ଦପୁର ପୁଲିସ ସବ୍-ଇନିସପେକ୍ଟର ସୁଶାନ୍ତ କୁମାର ଖୁଂଟିଆ ଘଟଣାସ୍ଥଳରେ ପହଂଚିି ଉଭୟ ହତ୍ୟାକାରୀ ଓ ବ୍ୟବହୃତ ହୋଇଥିବା କଟୁରୀକୁ ଜବତ କରିଥିବା ଜଣାପଡିଛି । ମୃତଶରୀରକୁ ବ୍ୟବଚ୍ଛେଦ ନିମନ୍ତେ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସୂଚନା ଅନୁସାରେ ବିରାଙ୍ଗି ପୁର୍ତି ଗୁଣିଗାରେଡି ସହାୟତାରେ କନ୍ତଳା ଗ୍ରାମରେ ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ନେଇ ଅଙ୍କୁର ବିରୁଆ ଜାଣିବାକୁ ପାଇଥିଲା । ଏନେଇ ଅଙ୍କୁର ମନରେ ପ୍ରତିଶୋଧର ବହ୍ନି କ୍ରମଶଃ କୁହୁଳିବାକୁ ଲାଗିଲା । ମାତ୍ର ଗତ କିଛିଦିନ ହେବ ଅଙ୍କୁରର ଶିଶୁପୁତ୍ର ଜ୍ୱର ଓ ଶାରିରିକ ଅସୁସ୍ଥତା ମଧ୍ୟରେ ଦେଇ ଗତି କରୁଥିଲା । ଯାହାକି ବିରାଙ୍ଗି ପୁର୍ତିକୁ ହତ୍ୟାକରିବା ପାଇଁ ସୁରାଗ ଯୋଗାଇ ଦେଇଥିଲା । କ୍ରାଧାନ୍ୱିତ ଅଙ୍କୁର ଧରିଥିବା କଟୁରିରେ ଚୋଟ ପରେ ଚୋଟ ପ୍ରହାର କରିଥିଲା ବୋଲି ଗ୍ରାମବାସୀ କହିଛନ୍ତି । ତଦନ୍ତ କରୁଥିବା ଭାରପ୍ରାପ୍ତ ଅଧିକାରୀ ପିଏସ୍.କେଶ୍ନଂ-୧୭୮/ ୨୦୧୯,ଦଫା ୩୦୨ରେ ହତ୍ୟାକାରୀକୁ ଗିରଫକରି କୋର୍ଟ୍ ଫରଓ୍ୟାର୍ଡ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଓଡ଼ିଶା ସମାଚାର