ପାରାଦ୍ୱୀପ,୩୦/୦୯/୨୦୧୯ ( ଓଡ଼ିଶା ସମାଚାର)- କଳିଙ୍ଗ ବାଲିଯାତ୍ରା-୨୦୧୯କୁ ଅଧିକ ଆକର୍ଷଣୀୟ ଓ ସଫଳ କରିବା ପାଇଁ କଳିଙ୍ଗ ବାଲିଯାତ୍ରା କମିଟି ପକ୍ଷରୁ ଏହାର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜୟଦେବ ସଦନଠାରେ ଅନୁଷ୍ଠିତ ବୈଠକରେ ଜଗତସିଂହପୁର ଜିଲାପାଳ ତଥା ବାଲିଯାତ୍ରା କମିଟିର ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ବାଲିଯାତ୍ରାର ଐତିହ୍ୟ ସଂପର୍କରେ ଆଲୋଚନା କରିଥିଲେ । ଓଡ଼ିଆ ନୌବାଣିଜ୍ୟର ପ୍ରତୀକ ବାଲିଯାତ୍ରାକୁ ଏଥର ଅଧିକ ଆକର୍ଷଣୀୟ କରାଯିବ ବୋଲି ସେ କହିଥିଲେ । ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ପାରାଦ୍ୱୀପ ଅତିରିକ୍ତ ଜିଲାପାଳ ତଥା ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ଡଃ.କାହ୍ନୁଚରଣ ଧିର, ପାରାଦ୍ୱୀପ ବନ୍ଦର ସଚିବ ବିମଲ ଝା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ସରୋଜକାନ୍ତ ମହାନ୍ତି, ପାରାଦ୍ୱୀପ ପୌର ଉପାଧ୍ୟକ୍ଷା ପ୍ରଭାତୀ ନାୟକ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତି ପ୍ରମୁଖ ବାଲିଯାତ୍ରାର ସଫଳତା ଓ ଉକôର୍ଷତା ଉପରେ ଆଲୋଚନା କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ପାରାଦ୍ୱୀପ ବନ୍ଦର, ବିଭିନ୍ନ ଶିଳ୍ପାନୁଷ୍ଠାନ, ସଙ୍ଗଠନ ଓ ଗଣମାଧ୍ୟମ ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜାତୀୟ ସ୍ତରର ନାମୀ କଳାକାରଙ୍କୁ ଆଣିବା ଓ ଏହାର ପ୍ରଚାର ପ୍ରସାର ଲାଗି ବୈଠକରେ ନିଷ୍ପତି ହୋଇଥିଲା । ଓଡ଼ିଶା ସମାଚାର