ବିରିଡି, ୩୦/୦୯/୨୦୧୯ ( ଓଡ଼ିଶା ସମାଚାର)- ବିରିଡି ରୋଡ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ଶାଖା ପକ୍ଷରୁ ଶନିବାର କୁଳକଇଜଂଗା ଗ୍ରାମ ପଂଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ରଠାରେ ସ୍ୱୟଂସହାୟକ ଗୋଷ୍ଠୀଙ୍କ ପାଇଁ ଏକ ଋଣମେଳା ଅନୁଷ୍ଠିତ ହୋଇଥିଲା । ଇଣ୍ଡିଆନ ବ୍ୟାଙ୍କ ଶାଖା ପରିଚାଳକ ଦେବାଶିଷ ସ୍ୱାଇଁଙ୍କ ତତା୍ୱବଧାନରେ ଆୟୋଜିତ ଏହି ଋଣ ମେଳାରେ ଇଣ୍ଡିଆନ ବ୍ୟାଙ୍କ ଆଂଚଳିକ ଶାଖା ମୁଖ୍ୟ ପ୍ରବନ୍ଧକ ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଂଚ ଜୋସ୍ନାରାଣୀ ବେହେରା, ବ୍ଲକ ଜୀବିକା ମିଶନ ଅଧିକାରୀ ତଥା ପ୍ରଗତି ସହାୟକ ସୁରେନ୍ଦ୍ର ନାଥ ଶତପଥୀ ପ୍ରମୁଖ ଯୋଗଦେଇ ୧୬ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରିଥିଲେ । ସୟଂସହାୟକ ଗୋଷ୍ଠୀ ମଧ୍ୟରୁ ମା ମଙ୍ଗଳା, ଶ୍ରୀ ଜଗନ୍ନାଥ, ମା ଉପୁଳାଇ, ଶ୍ରୀ ରୁଦ୍ରେଶ୍ୱର, ମା ଗ୍ରାମଦେବୀ, ଥାନପତି, ଶେଙ୍ଖଶ୍ୱରୀ, ମା ଦୁର୍ଗା, ଶିବ ପାର୍ବତୀ, ଠାକୁର ଶ୍ରୀ ଅନୁକୁଳ ଚନ୍ଦ୍ର ପ୍ରମୁଖ ବିଭିନ୍ନ ପଂଚାୟତର ମହିଳା ଗୃପଙ୍କୁ ଋଣ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆଂଚଳିକ ଶାଖା ପ୍ରବନ୍ଧକ ଶ୍ରୀ ସାହୁ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ବ୍ୟାଙ୍କରୁ ନେଉଥିବା ଋଣକୁ କିଛି ନା କିଛି ଧନ୍ଦା, ବ୍ୟବସାୟରେ ଲଗାଇ ନିଜର ଅର୍ଥ ଉପାର୍ଜନ କରି ସ୍ୱାବଲମ୍ବି ହେବା ପାଇଁ ପରାମର୍ଶ ଦେଇଥିଲେ । ମହିଳା ଗୋଷ୍ଟୀମାନେ ଋଣ ନେଇ ଠିକ୍ ସମୟରେ ଋଣ ପରିଶୋଧ କରୁଛନ୍ତି । ହେଲେ ଏହି ଋଣ ଅର୍ଥରେ ମା ମାନେ ଯଦି ପାମ୍ପଡ଼, ବଢି, ଧୂପକାଠି, କୁକୁଡା ଚାଷ ଆଦି ବିଭିନ୍ନ ଚାଷ କରି ସେଥିରୁ ଉପାର୍ଜ୍ଜନ ଅର୍ଥରେ ବ୍ୟାଙ୍କ ରୁଣ ସୁଜିବା ସହିତ ମୂଳ ଧନ ନିଜ ଆକାଉଂଟରେ ଗଛିତ କରିପାରିବେ ବୋଲି ବିରିଡି ଶାଖା ପରିଚାଳକ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ବ୍ୟାଙ୍କ କର୍ମଚାରୀ ଜୀବନ କୁମାର କର, ଶାନ୍ତନୁ କୁମାର କର, କିଶୋର ଭୋଇ, ରଜନୀକାନ୍ତ ସ୍ୱାଇଁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର