Wednesday , October 4 2023
Breaking News
Home / ବିଶେଷ / ସେବା କାର୍ଯ୍ୟ ପାଇଁ ବିଷ୍ଣୁପ୍ରିୟା ଚାରିବେଟବୁଲ ଟ୍ରଷ୍ଟ ସମ୍ମାନୀତ

ସେବା କାର୍ଯ୍ୟ ପାଇଁ ବିଷ୍ଣୁପ୍ରିୟା ଚାରିବେଟବୁଲ ଟ୍ରଷ୍ଟ ସମ୍ମାନୀତ

ଭୁବନେଶ୍ୱର,୨୯/୦୯/୨୦୧୯(ଓଡ଼ିଶା ସମାଚାର)- ହ୍ୟୁମାନ ସୋସିଆଲ ଫାଉଣ୍ଡେସନତରଫରୁ ଏକ ରାଷ୍ଟ୍ରୀୟ ସମ୍ମାନ ଓ ଆଲୋଚନା ଚକ୍ର ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ହନୁମାନ ଗଡ଼ ଜଙ୍କସନ , ରାଜସ୍ଥାନ ଠାରେ ଅନୁଷ୍ଠିତ ହୋଇ ରକ୍ତଦାନ ସେବା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଦେଶର ବିଭିନ୍ନ ଅନୁଷ୍ଠାନ ସହ ଓଡ଼଼ିଶାର ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ବିଷ୍ଣୁପ୍ରିୟା ଚାରିବେଟବୁଲ ଟ୍ରଷ୍ଟ , ଓଡ଼ିଶାକୁ ସମ୍ମାନୀତ କରାଯାଇଛି । ଏହି ଉତ୍ସବରେ ଟ୍ରଷ୍ଟି ସମାଜସେବୀ ବିମଳ ଦାସ, ସମ୍ପାଦକ ପ୍ରିନ୍ସ ନନ୍ଦ  ଉପସ୍ଥିତ ଥିବାବେଳେ ଡ଼ଃ ସାଇପ୍ରସାଦ (ଡ଼େପୁଟି ଡ଼ାଇରେକ୍ଟର ଏମବିଟିସି) , ଡ଼ଃ ରାମ ପ୍ରତାପ (ପୂର୍ବତନ ମନ୍ତ୍ରୀ, ରାଜସ୍ଥାନ), ମହେଶ ତ୍ରିଭେଦି  ୧୧୭ ଥର  ରକ୍ତ ଦାନ କରିଥିବା ବିଶିଷ୍ଟ ସମାଜ ସେବୀ , ସଚିନ ସଂଘଲ (ଏନବିଟିସି ସଭ୍ୟ, ରାଜସ୍ଥାନ) ,ଅଭିମନ୍ୟୁ ନାଥାୟା (ସଭାପତି , ହ୍ୟୁମାନ ସୋସିଆଲ ଫାଉଣ୍ଡେସନ) ତଥା ବିଭିନ୍ନ ରାଜ୍ୟରୁ ଆସିଥିବା ଅନୁଷ୍ଠାନର କର୍ମକର୍ତା ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ବିଷ୍ଣୁପ୍ରିୟା ଚାରିବେଟବୁଲ ଟ୍ରଷ୍ଟର ଏପରି ସଫଳତାକୁ ସାରା ରାଝ୍ୟରେ ପ୍ରଶଂସା ଭାଜନ ହେବା ସହ ସମସ୍ତ କର୍ମକର୍ତାମାନେ ଆଗକୁ ସେବା କାର୍ଯ୍ୟରେ ଅଧିକ ମନପ୍ରାଣ ଦେବେ ବୋଲି ଶପଥ ନେଇଥିଲେ । ଓଡ଼଼ିଶାରେ ରକ୍ତର ଆବଶ୍ୟକତାକୁ ପୁରଣ କରିବାକୁ ବିଷ୍ଣୁପ୍ରିୟା ଚାରିବେଟବୁଲ ଟ୍ରଷ୍ଟ ସହ ସମସ୍ତ ଅନୁଷ୍ଠାନ ଅଂଟା ଭିଡ଼ିବାକୁ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଯୁକ୍ତ ଦାସ ଆହ୍ୱାନ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *