Tuesday , October 3 2023
Breaking News
Home / ନିର୍ବାଚନ / ସନତ ଗଡ଼ତିଆ ବିଜେପି ର ପ୍ରାର୍ଥୀ ହେଲେ

ସନତ ଗଡ଼ତିଆ ବିଜେପି ର ପ୍ରାର୍ଥୀ ହେଲେ

ଭୁବନେଶ୍ୱର,୨୯/୦୯/୨୦୧୯ ( ଓଡ଼ିଶା ସମାଚାର)- ବିଜେପୁର ଉପ ନିର୍ବାଚନ ପାଇଁ ଆଜି ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ସନତ ଗଡ଼ତିଆଙ୍କୁ ବିଜେପୁର ଉପ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଭାବେ ଦଳର ଦୀଲୀ ସଂସଦୀୟ ବୋର୍ଡ଼ କମିଟି ମୋହର ମାରିଛି । ଗତ ସାଧାରଣ ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହୋଇଥିଲେ । ଆସନ୍ତା କାଲି ସୋମବାର ସେ ପ୍ରାର୍ଥୀପତ୍ର ଦାଖଲ କରିବେ । ପୂର୍ବରୁ କଂଗ୍ରେସର ଦିଲିପ ପଣ୍ଡା ପ୍ରାର୍ଥୀ ହେବା ନେଇ ଘୋଷଣା କରାଯାଇଥିବାବେଳେ ବିଜେଡ଼ି ର ରୀତା ସାହୁ ପ୍ରାର୍ଥୀ ହେଉଛନ୍ତି । ଆସନ୍ତା କାଲି ସୋମବାର ନାମାଙ୍କନପତ୍ର ଦାଖଲର ଶେଷ ଦିବସ ହୋଇଥିବାରୁ ପ୍ରମୁଖ ତିନୋଟି ଦଳ ର ପ୍ରାର୍ଥୀମାନେ ଆସନ୍ତା କାଲି ପ୍ରାର୍ଥୀପତ୍ର ଦାଖଲ କରିବେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *