ଜଗତସିଂହପୁର,୨୯/୦୯/୨୦୧୯ (ଓଡ଼ିଶା ସମାଚାର)- ପାଇଖାନା ଟାଙ୍କିର ସେଂଟ୍ରିଂ ଖୋଲିବାବେଳେ ଟାଙ୍କିରେ ଖସିପଡ଼ି ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ସୁଜଙ୍ଗ ଗାଁ ର ବଳରାମ ପତିଙ୍କ ପାଇଖାନା ଟାଙ୍କିର ସେଂଟ୍ରିଂ ଖୋଲିବାବେଳେ ଟାଙ୍କି ଭିତରକୁ ଖସିପଡ଼ିଥିଲେ ୨ ଜଣ ଶ୍ରମିକ । ଟାଙ୍କି ଭିତର କୁ ଖସିପଡ଼ିଥିବା ୨ ଶ୍ରମିକଙ୍କର ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ଦୁଇ ମୃତ ଶ୍ରମିକ ହେଉଛନ୍ତି ମରିଚିଆପଦର ଗାଁ ର ରାଜୁ ଭୋଇ ଓ ମଣ୍ଡା ସାହିର ପ୍ରକାଶ ବାରିକ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର