ମହାକାଳପଡା, ୨୯/୦୯/୨୦୧୯ ( ଓଡ଼ିଶା ସମାଚାର)- ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତ ମ ଜନ୍ମ ବାର୍ଷିକୀ ଉପଲକ୍ଷେ ବୁଧବାର ବ୍ଲକସ୍ତରୀୟ ବକ୍ତୃତା, କୁଇଜ, ଚିତ୍ରାଙ୍କନ ଓ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୨୦ଟି ସିଆରସିସି କ୍ଲଷ୍ଟରରୁ ୧୦୮ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଚଢ଼ାଇଗୁଆଁ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏହି ବ୍ଲକସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଏ ଶ୍ରେଣୀରେ ପ୍ରଥମରୁ ଅଷ୍ଟମ, ବି ଶ୍ରେଣୀରେ ନବମରୁ ଦଶମ, ସି ଶ୍ରେଣୀରେ +୨ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ୯ ଜଣ ବିଭିନ୍ନ ବିଭାଗରୁ କୃତୀ ଛାତ୍ରଛାତ୍ରୀ ମନୋନିତ ହୋଇ ଜିଲା ସ୍ତରକୁ ଯିବା ପାଇଁ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ଅଜୟ ପରିଡ଼ା, ବିଆରସିସି ଅଦ୍ୱୈତ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ସତ୍ୟବ୍ରତ ସେନାପତି, ଚଢ଼ାଇଗୁଆଁ ଉଚ୍ଚବିଦ୍ୟାଳୟର ଶିକ୍ଷକ ରଘୁନାଥ ଦାସ, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଳ୍ଲ ଚନ୍ଦ୍ର ପ୍ରଧାନ, କୈଳାସ ଚନ୍ଦ୍ରଜେନା, ସଚିଦାନନ୍ଦ ପାଇକରାୟ ପ୍ରମୁଖ ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିରେ ଚଢ଼ାଇଗୁଆଁ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମକୁ ସମସ୍ତ ସିଆରସିସି, ଚଢ଼ାଇଗୁଆଁ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ । ଓଡ଼ିଶା ସମାଚାର