Tuesday , December 7 2021
Breaking News
Home / ବିଶେଷ / ନର୍ସିଂହୋମ୍ ପାଖରୁ ନବଜାତକ ମୃତଶିଶୁ କନ୍ୟା ଉଦ୍ଧାର

ନର୍ସିଂହୋମ୍ ପାଖରୁ ନବଜାତକ ମୃତଶିଶୁ କନ୍ୟା ଉଦ୍ଧାର

କେନ୍ଦ୍ରାପଡା ୨୯/୦୯/୨୦୧୯ ( ଓଡ଼ିଶା ସମାଚାର)-ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଏକଶହ ମିଟର ଦୂର ହଜାରି ବଗିଚାର ଏକ ଘରୋଇ ନର୍ସିଂହୋମ୍ ନିକଟରେ ଥିବା  ନାଳ ଭିତରୁ ରବିବାର ସକାଳେ ଏକ ସଦ୍ୟଜାତ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର କରାଯାଇଛି ।  ଶନିବାର ବିଳମ୍ବିତ ରାତିରେ ଉକ୍ତ ଶିଶୁ କନ୍ୟାଟି ଜନ୍ମ ହୋଇଥିବାର ଅନୁମାନ କରାଯାଉଛି । ତାକୁ କେହି ନର୍ସିଂହୋମ୍  ଫାଟକ ନିକଟରେ ଥିବା ନାଳରେ ଫୋପାଡି ଦେଇଥାଇପାରେ  । ସ୍ଥାନୀୟ ଲୋକେ ସକାଳୁ ଏହାକୁ ଦେଖି ଟାଉନ ଥାନା ପୋଲିସ୍କୁ ଖବର ଦେବାରେ ସବ୍ ଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ପହଂଚି ଶିଶୁକନ୍ୟାର ମୃତ ଦେହ ଉଦ୍ଧାର କରିବା ସହ  ଟାଉନ୍ ଥାନାରେ  ୨୬/୧୯ରେ  ଏକ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଛେଦ କରାଇଥିବା ଦେଖାଯାଇଛି ।  ଏଠାରେ ସୂଚନା ଯୋଗ୍ୟ ଯେ ଗତ କିଛିଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ଅନୁରୂପ ଭାବେ ଏକ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମାଧପୁର କେନାଲ ନିକଟରୁ ମଧ୍ୟ ଅନ୍ୟଏକ ଶିଶୁ କନ୍ୟା  ର ମୃତଦେହ ଉଦ୍ଧାର କରାଯାଇଥିଲା । ସହରରେ ଥିବା  ନର୍ସିଂହୋମ୍  ଗୁଡିକୁ  ନିୟମିତ ବ୍ୟବଧାନରେ  ଯାଂଚ ହେଉନଥିବାରୁ  ବେଆଇନ ଭାବେ ଚାଲିଥିବା କେତେକ ନିର୍ସିଂହୋମରେ ଏଭଳି କାର୍ଯ୍ୟ କରାଯାଉଥିବା  ଅଭିଯୋଗ ହେଉଛି  ।  ଗତ ଅଗଷ୍ଟ ଶେଷ ସପ୍ତାହରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ନେତୃତ୍ୱରେ   ବେଆଇନ୍ ଭାବେ ଚାଲୁଥିବା ନର୍ସିଂହୋମ୍ ଓ  ଅଲଟ୍ରାସାଉଣ୍ଡ  କ୍ଲିନିକ୍ ଉପରେ ଚଢାଉ କରାଯାଇ  ବହୁ  କାଗଜପତ୍ର ଜବତ  କରାଯିବା  ସହିତ ପନ୍ଦର ଦିନ ମଧ୍ୟରେ ସେଗୁଡିକର  ପଂଞ୍ଜିକରଣ କରିବାକୁ  ନିର୍ଦ୍ଧେଶ ଦିଆଯାଇଥିଲା  ।  କିନ୍ତୁ ଆଜି ପର୍ଯ୍ୟନ୍ତ  ସେହି ନିର୍ଦେଶ  କାର୍ଯ୍ୟକାରୀ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି  । ଫଳରେ  ଛତୁ ଫୁଟିଲା ଭଳି  ବେଆଇନ୍ ଭାବେ  ଚାଲିଥିବା ନିର୍ସିଂହୋମ  ଓ  ଅଲଟ୍ରାସାଉଣ୍ଡ କ୍ଲିନିକ୍  ଗୁଡିକରେ ଭୃଣ ହତ୍ୟା  ଭଳି ଅନୈତିକ କାର୍ଯ୍ୟ  ଚାଲୁଥିବା  ଅଭିଯୋଗ ହେଉଛି   ।  ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *