Saturday , December 4 2021
Home / ବିଶେଷ / ଗୁରୁତର କାଳିଆ ଭେଂଟିଲେଟରରେ – ଏମସ୍ ର ଦୁଇ ଜଣ ବିଶେଷଜ୍ଞ ଡାକ୍ତର ପଠାଇବାକୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ଗୁରୁତର କାଳିଆ ଭେଂଟିଲେଟରରେ – ଏମସ୍ ର ଦୁଇ ଜଣ ବିଶେଷଜ୍ଞ ଡାକ୍ତର ପଠାଇବାକୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର,୨୯/୦୯/୨୦୧୯ ( ଓଡ଼ିଶା ସମାଚାର)-କଟକ ବଡ଼ ମେଡିକାଲରେ ଚିକିତ୍ସାଧି ଥିବା ଯୋଡ଼ାମୁଣ୍ଡ ଶିଶୁ ମଧ୍ୟରୁ କାଳିଆର ଅବସ୍ଥା ଗୁରୁତର ଥିବାରୁ ତାକୁ ଭେଂଟିଲେଟରରେ ରଖାଯାଇଛି  । ଦିଲ୍ଲୀ ଏମସ୍ ରୁ ଦୁଇ ଜଣ ବିଶେଷଜ୍ଞ ଡାକ୍ତର ପଠାଇବାକୁ ସ୍ୱାସ୍ଥ୍ୟ ସଚିବ କର୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି  । ଚିକିତ୍ସା ତଦାରଖକାରୀ କମିଟିଙ୍କ ଅନୁରୋଧ କ୍ରମେ ସ୍ୱାସ୍ଥ୍ୟ ସଚିବ ଏହି ଚିଠି ଲେଖିଛନ୍ତି । ଡାକ୍ତର ଦୀପକ ଗୁପ୍ତା ଓ ରାଜେଶ ଲୋଧାଙ୍କୁ ପଠାଇବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି  । ସେମାନଙ୍କର ଯାତାୟାତ ବାବଦ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଚିଠିରେ ଦର୍ଶାଯାଇଛି  । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *