Tuesday , December 7 2021
Breaking News
Home / ବିଶେଷ / ଗଜଲକ୍ଷ୍ମୀ ପୂଜା ନିମନ୍ତେ ସମନ୍ୱୟ କମିଟି ବୈଠକ ଓ ଲଟେରୀ ଉଠାଣ

ଗଜଲକ୍ଷ୍ମୀ ପୂଜା ନିମନ୍ତେ ସମନ୍ୱୟ କମିଟି ବୈଠକ ଓ ଲଟେରୀ ଉଠାଣ

କେନ୍ଦ୍ରାପଡା ୨୯/୦୯/୨୦୧୯ (ଓଡ଼ିଶା ସମାଚାର)-ଗଜଲକ୍ଷ୍ମୀ ପୂଜା ନିମନ୍ତେ ସମନ୍ୱୟ କମିଟି ବୈଠକ ଓ ଲଟେରୀ ଉଠାଣ ଅନୁଷ୍ଠିତ ହୋଇଯାଇଛି ।  କମିଟିର ସଭାପତି ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ରବିବାର ଅପରାହ୍ନରେ ସ୍ଥାନୀୟ ପୈାରସଂସ୍ଥା  ଟାଉନ ହଲ୍ ପରିସରରେ ଅନୁଷ୍ଠିତ ବୈଠକରେ  ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାଗାରିନ୍ ମହାନ୍ତି , କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା,  ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଆସନ୍ତା ଅକ୍ଟୋବର ୧୩  ତାରିଖରୁ ସହରରେ ଆରମ୍ଭ ହେଉଥିବା ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୯ରେ ବିସର୍ଜନ  ଓ ପୂର୍ଣ୍ଣାହୂତି ପରେ ୨୦/୨୧ ଦୁଇଦିନ ଧରି ମେଲଣ ଓ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ।   ଭଷାଣୀକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ନିମନ୍ତେ  ୪୬ ଗୋଟି ମେଢର କର୍ମକର୍ତା ଓ  ସମନ୍ୱୟ କମିଟି  ସଭାପତି ,ସମ୍ପାଦକଙ୍କ ଦ୍ୱାରା  ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆୟୋଜିତ ଏହି  ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପ୍ଲାଷ୍ଟିକ୍  ଓ ପଲିଥିନ୍ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ସହରରେ ପୂଜା ସମୟରେ ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ବ୍ୟବହାରକୁ ବନ୍ଦ କରିବା ସହିତ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ଗାଇଡ୍ ଲାଇନ୍ ଅନୁସାରେ ସମସ୍ତ ସାଉଣ୍ଡ  ୬୫ଡେସିବଲ୍ ମଧ୍ୟରେ ବଜାଇବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ  । ସହରକୁ ସଫାସୁତୁରା, ପରିଚ୍ଛନ୍ନ ରଖାଯିବା,ଡ୍ରେନ୍ ସଫା, ରାସ୍ତାଘାଟ ମରାମତି  କରାଇବାକୁ ଜିଲ୍ଲାପାଳ ଶ୍ରୀ ବର୍ମା  ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ ।  ଏହି  ଅବସରରେ ନୂଆ ବସ୍ ଷ୍ଟାଣ୍ଡ ଆଡକୁ ଯିବାକୁ ଥିବା ୨୫ ଗୋଟି ଏବଂ  ପୁରୁଣା ବସ୍ ଷ୍ଟାଣ୍ଡରୁ ସାନ୍ତସାହି ଆଡକୁ ଯିବାକୁ ଥିବା ୨୧ ଗୋଟି ମେଢର ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି ଦିଲରଞ୍ଜନ ପଟ୍ଟନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସମ୍ବନୟ କମିଟି ସଭାପତି ରବିନ୍ଦ୍ରନାଥ ମହାପାତ୍ରଙ୍କ ସମେତ ସବୁ ପୂଜା କମିଟିର କର୍ମକର୍ତା ଓ ସଭ୍ୟସଭ୍ୟାମାନେ ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଳାହାଣ୍ଡି ,୬/୧୨/୨୧(ଓଡିଶା ସମାଚର /ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ରେ ଦିର୍ଘ ୪୦ବର୍ଷ ହେଲା ଏମ୍ ରାମପୁର ବ୍ଲକ କୁ ରାଜସ୍ୱ …

Leave a Reply

Your email address will not be published. Required fields are marked *