Tuesday , November 30 2021
Breaking News
Home / ବିଶେଷ / ଆରଟିଓ ଅଫିସ ନିକଟରୁ ମହିଳା ଦଲାଲ ଗିରଫ

ଆରଟିଓ ଅଫିସ ନିକଟରୁ ମହିଳା ଦଲାଲ ଗିରଫ

ଜଗତସିଂହପୁର,୨୯/୦୯/୨୦୧୯ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲା ପରିବହନ କାର୍ଯ୍ୟାଳୟ ନିକଟରୁ ଶନିବାର ଧୂଆଁପାରି ଅଂଚଳର ଜଣେ ମହିଳା ଦଲାଲଙ୍କୁ ପୁଲିସ ଗିରଫ କରିଛି  । ପୂର୍ବରୁ ଜଗତସିଂହପୁର ଆରଟିଓ ଅଫିସରେ ଦଲାଲଙ୍କ ରାଜ ଚାଲିଥିଲା । ଅଫିସ ଚର୍ଚ୍ଚିକା ବଜାରରେ ଭଡାଘରେ ଚାଲିଥିବା ବେଳେ ଦଲାଲମାନେ ଅଫିସ କଡରେ ବେଂଚ ପକାଇ ବସି କାମ କରୁଥିଲେ । ବେଳେ ବେଳେ ଦଲାଲ ଅଫିସ ଭିତରେ ନିଜେ ଫାଇଲ ବାହାର କରି କାମ କରିବାକୁ ଅଧିକାରୀଙ୍କୁ ଦେଉଥିଲେ । ଦଲାଲଙ୍କ ମାଧ୍ୟମରେ ଓଭରଲୋଡ ଗାଡି, ଗୋରୁ ଗାଡି, ବାଲି ଗାଡି, ନୋଁ ଏନ୍ଟ୍ରି୍ରି ସମୟରେ ଯାଉଥିବା ଗାଡିରୁ ମାସିକ ମୋଟା ଅଙ୍କର ବଟି ମଧ୍ୟ ଆଦାୟ କରାଯାଉଥିଲା । ଅଧିକାରୀଙ୍କ ପ୍ରୋତ୍ସାହନ ବିନା ଏହା ସମ୍ଭବ ନଥିଲା । ତେଣୁ କୌଣସି ଗୋରୁ ଗାଡି ବା ଭାରୀଯାନ ପାଇଁ ନିଶିଦ୍ଧ ଥିବା ରାସ୍ତାରେ ଗାଡି ଚାଲିବା ବିଷୟରେ ଫୋନ କଲେକର୍ମଚାରୀ ଅଭାବର ଆଳ ଦେଖାଇ ଅଧିକାରୀ ଖସିଯାଆନ୍ତି । ଅଫିସର ନିଜସ୍ୱ ଗୃହନିର୍ମାଣ ପରେ ବି ଦଲାଲଙ୍କ ରାଜ କମିନଥିଲା । ଏବେ ସରକାର କଟକଣା ଲାଗୁ କରିବା ପରେ ଦଲାଲମାନେ ଆଉ ଅଫିସ ପାଖ ମାଡୁନାହାନ୍ତି । ତେବେ ଆରଟିଓ ଅଫିସ ନିକଟରେ ଏକ ଦୋକାନରୁ ଉକ୍ତ ମହିଳାଙ୍କୁ ପୁଲିସ ଗିରଫ କରି ଆଉ ପୁନରାବୃତି ନକରିବାକୁ ଅଣ୍ଡଟେକିଙ୍ଗ ଲେଖାଇ ଛାଡ଼ିଦେଇଥିବା ଶୁଣାଯାଏ । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *