Saturday , May 28 2022
Breaking News
Home / ବିଶେଷ / ଅଭିଯୋଗ ଶୁଣାଣି ଶିବିରରେ ଆବେଦନ କରିପାରିବେ ଗାଡି ଲାଇସେନ୍ସ

ଅଭିଯୋଗ ଶୁଣାଣି ଶିବିରରେ ଆବେଦନ କରିପାରିବେ ଗାଡି ଲାଇସେନ୍ସ

କେନ୍ଦ୍ରାପଡ଼ା, ୨୯/୦୯/୨୦୧୯ ( ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଜନ ଅଭିଯୋଗ ଶୁଣାଣିରେ ଆବେଦନ କରାଯାଇ ପାରିବ ବୋଲି ଜଣାପଡିଛି । ମାସର ପ୍ରତ୍ୟେକ ସୋମବାର ଜିଲାସ୍ତରୀୟ ଓ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଛି । ନୂତନ ଗାଡି ଚାଳକମାନଙ୍କ ପାଇଁ ଜନ ଅଭିଯୋଗ ଶୁଣାଣି ଶିବିରରେ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । ନୂତନ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଜିଲା ପରିବହନ କାର୍ଯ୍ୟାଳୟରେ ହେଉଥିବା ଭିଡକୁ ଏଡାଇବା ପାଇଁ ଏହି ନିୟମ ଲାଗୁ କରାଯାଇଛି । ଆବେଦନକାରୀ ଦଲାଲଙ୍କ ହାବୁଡରେ ପଡି ଶୋଷଣର ଶିକାର ହେଉଥିବା ଅଭିଯୋଗ ପାଇବା ପରେ ନୂଆ ନିୟମ ଲାଗୁ କରାଯାଇଛି । ଜିଲାପାଳ ସମର୍ଥ ବର୍ମା ସଡ଼କ ପରିବହନ କାର୍ଯ୍ୟାଳୟ ପରିଦର୍ଶନ କରିବା ପରେ ସେଠାରେ କାର୍ଯ୍ୟ କରୁଥିବା ଦଲାଲଙ୍କୁ ତାଗିଦା କରାଯାଇଛି । ସେଥିପାଇଁ ଜିଲାର ବିଭିନ୍ନ ବ୍ଲକରୁ ପରିବହନ ଅଫିସକୁ ଆସୁଥିବା ଆବେଦନକାରୀ ଏଣିକି ପ୍ରତ୍ୟେକ ସୋମବାର ଜନ ଅଭିଯୋଗ ଶୁଣାଣି ଶିବିରରେ ଲାଇସେନ୍ସ ଆବେଦନ କରିପାରିବେ ବୋଲି ଜିଲା ପରିବହନ ଅଧିକାରୀ ନିଖିଲ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

‘ମୋ ସରକାର’ କାର୍ୟ୍ୟକ୍ରମର ସମୀକ୍ଷା  କଲେ   ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,୨୭/୦୫/୨୦୨୨( ଓଡ଼ିଶା ସମାଚାର )- ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ …

Leave a Reply

Your email address will not be published. Required fields are marked *