Friday , October 22 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପାରିବାରିକ କଳହରୁ ବୋମା ଓ ଗୁଳି ମାଡ଼

ସଂକ୍ଷେପରେ ତାଜା ଖବର : ପାରିବାରିକ କଳହରୁ ବୋମା ଓ ଗୁଳି ମାଡ଼

ଢ଼େଙ୍କାନାଳ,୨୮/୦୯/୨୦୧୯ (ଓଡ଼ିଶା ସମାଚାର)- ପାରିବାରିକ କଳହରୁ ବୋମା ଓ ଗୁଳି ମାଡ଼ ଭଳି ଘଟଣା ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପୁଣି ଦୁଇ ଭାଇ ଙ୍କ ମଧ୍ୟରେ । ମିଳିଥିବା ତାଜା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ବେଲଟିକିରି ଗାଁ ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦୁଇ ଭାଇଙ୍କ ମଧ୍ୟରେ ବଚସା ରୁ ସାନ ଭାଇ ବୋମା ମାଡ଼ କରିଥିଲା । ସାନଭାଇ ବୋମା ମାଡ଼ କରିବାରୁ ବଡ଼ଭାଇ ମିଲୁ ବେହେରା ସାନଭାଇ ଉପରେ ଗୁଳିମାଡ଼ କରିଥିଲା । ବଡ଼ ଭାଇର ଗୁଳିମାଡ଼ରେ ସାନଭାଇ ବିଭୁ ବେହେରା ଗୁରୁତର ଆହତ ହୋଇଛି । ଆହତ ବିଭୁକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଖବର ପାଇ ସଦର ଥାନା ବୋଲିସ୍ ଓ ଏସଡ଼ିପିଓ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *