Tuesday , October 19 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : କେନ୍ଦ୍ରାପଡ଼ା ରେ ପୋଲିସ୍ ର ଏନକାଉଂଟର

ସଂକ୍ଷେପରେ ତାଜା ଖବର : କେନ୍ଦ୍ରାପଡ଼ା ରେ ପୋଲିସ୍ ର ଏନକାଉଂଟର

କେନ୍ଦ୍ରାପଡ଼ା,୨୮/୦୯/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ରେ ପୋଲିସ୍ ର ଏନକାଉଂଟର । କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ଆଳି ଥାନା ଅଂଚଳରେ ଡ଼କାୟତି କରି ଟଙ୍କା ଓ ସୁନା ଅଳଙ୍କାର ଆଦି ଲୁଟ କରି ଫେରିବା ସମୟରେ କେନ୍ଦ୍ରାପଡ଼ା ର ଗରାପୁର ଠାରେ ଏସପି ଙ୍କ ସରକାରୀ କ୍ୱାର୍ଟର ଓ ଭିଜିଲାନ୍ସ ଅଫିସ ନିକଟରେ ସ୍ପେଷାଲ ସ୍କାର୍ଡ଼ ହାବୁଡ଼ରେ ପଡ଼ିଥିଲେ । ସେହି ଠାରେ ଏନକାଉଂଟର ହୋଇଛି । ମିଳିଥିବା ସୂଚନା ଅନୁସାରେ ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗାଁ ର ନବଘନ ପରିଡ଼ାଙ୍କ ଘର କବାଟ ଭାଙ୍ଗି ଡ଼କାୟତମାନେ ନବଘନ, ତାଙ୍କ ପତ୍ନୀ ଓ ବୋହୁଙ୍କୁ ଭୁଜାଲିରେ ହାଣି ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଆଦି ଲୁଟ କରି ଫେରାର ହୋଇଯାଇଥିଲେ । ଏହି ସୂଚନା ପାଇ ସ୍ପେଷାଲ ସ୍କାର୍ଡ଼ ପୋଲିସ୍ ତୁରନ୍ତ ଆଳି ଅମିମୁଖେ ବାହାରିଥିଲେ । ଡ଼କାୟତମାନେ ଲୁଟ ସାରି ଫେରିବା ବେଳେ କେନ୍ଦ୍ରାପଡ଼ା ଗରାପୁର ଠାରେ ଏସପି ଙ୍କ ସରକାରୀ କ୍ୱାର୍ଟର ଓ ଭିଜିଲାନ୍ସ ଅଫିସ ନିକଟରେ ସ୍ପେଷାଲ ସ୍କାର୍ଡ଼ ହାବୁଡ଼ରେ ପଡ଼ିଥିଲେ । ପୋଲିସ୍ କୁ ଦେଖି ଡ଼କାୟତମାନେ ପୋଲିସ୍ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ । ଏହାର ପ୍ରତିବଦଳରେ ପୋଲିସ୍ ଗୁଳି ଚଳାଇବାରୁ ଜଣେ ଡ଼କାୟତର ବାମ ଗୋଡ଼ରେ ବାଜିଥିଲା । ସେ ସେହିଠାରେ ପଡ଼ିଯାଇଥିଲା । ଅନ୍ୟ ୪ ଜଣ ସହଯୋଗୀ ଖସିଯିବାକୁ ସଫଳ ହୋଇଥିଲେ । ପୋଲିସ ତା ନିକଟରୁ ଗୋଟିଏ ପିସ୍ତଲ,୩ ଟି ମାରଣାସ୍ତ୍ର, ଗୋଟିଏ ବାଇକ୍ ଜବତ କରାଯାଇଛି । ଆହତ ଡ଼କାୟତ ହେଉଛି ମାର୍ଶାଘାଇ ଥାନା ଅନ୍ତର୍ଗତ ଯୁଣ ଗ୍ରାମର ପ୍ରଦୀପ ମଲିକ ଙ୍କ ପୁଅ ହୃଷିକେଶ ମଲିକ (୨୩) ବୋଲି ଚିହ୍ନଟ କରାଯାଇଛି । ଆହତ ଅବସ୍ଥାରେ ତାକୁ ଜିଲା ହସପିଟାଲରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଜଗତପୁର ନୂତନ ଶିଳ୍ପାଞ୍ଚକରେ ଥିବା ଅଗରବତୀ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ

କଟକ୧୭/୧୦/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ଜିଲ୍ଲା ଜଗତପୁର ନୂତନ ଶିଳ୍ପାଞ୍ଚକରେ ଥିବା ଏସ ଏସ ଏଣ୍ଟରପ୍ରାୟଜେସ , ମଙ୍ଗଲଦୀପ ଅଗର …

Leave a Reply

Your email address will not be published. Required fields are marked *