Friday , September 22 2023
Breaking News
Home / ଶିକ୍ଷା / ମଠକରଗୋଳା ମହାବିଦ୍ୟାଳୟ ବିଜ୍ଞାନ ବିଭାଗର ସ୍ୱାଗତ ଉତ୍ସବ ଅନୁଷ୍ଠିତ

ମଠକରଗୋଳା ମହାବିଦ୍ୟାଳୟ ବିଜ୍ଞାନ ବିଭାଗର ସ୍ୱାଗତ ଉତ୍ସବ ଅନୁଷ୍ଠିତ

ଭୁବନ,୨୮/୦୯/୨୦୧୯ ( ଓଡ଼ିଶା ସମାଚାର /ସୁଶାନ୍ତ କୁମାର ପେରାଥାଳ)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ତରଫରୁ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ  ପ୍ରଫେସର ଚିତରଂଜନ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ଚିନ୍ତାଧାରାରେ ଉଦବୃତ ହୋଇ ନିଜସ୍ୱ ପ୍ରତିଭାର ପାରଦର୍ଶୀତା ଦେଖାଇ ସମାଜରେ ଜଣେ ସୁ ନାଗରିକ ହେବା ପାଇଁ ମତବ୍ୟକ୍ତ କରିଥିଲେ ।   ଅଧ୍ୟକ୍ଷଙ୍କ ପ୍ରଗାଢ଼ ଚେଷ୍ଟା, ଆନ୍ତରିକ ଉଦ୍ୟମ, ଦୁରଦୃଷ୍ଟି ଯୋଗୁ ବିଜ୍ଞାନ ବିଭାଗର ଉନ୍ନତିକରଣ ଓ ପୁର୍ଣ୍ଣତା ପ୍ରାପ୍ତି ହୋଇଥିବାରୁ ବିଜ୍ଞାନ ବିଭାଗ ତରଫରୁ ଶ୍ରୀଯୁ୍କ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଗଣିତ ବିଭାଗର ଅଧ୍ୟାପକ କୈଳାସଚନ୍ଦ୍ର ପାତ୍ର, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସ୍ୱପ୍ନିତା ରାଉତ,ପ୍ରତିଭା ମଂଜରୀ ଦାସ, ବିଦ୍ୟାପତି ରାଜେନ୍ଦ୍ରନ୍ ,ଅଭିଲିପ୍ସା ମଲ୍ଲିକ, ରଶ୍ମିତା ଖୁଂଟିଆ,  ଅଧ୍ୟାପକ ପ୍ରଫେସର ସୁଧାଂଶୁ ପାତ୍ର, ଡ଼ଃ କୈଳାସଚନ୍ଦ୍ର ଦାସ, ପରେଶ୍ ଚନ୍ଦ୍ର ବେହେରା, ଡ଼େମନଷ୍ଟ୍ରେଟର ଲଳିତ କୁମାର ବେହେରା, ମାନଓ ରଂଜନ ଜେନା, ବିନୟ ଦାସ, ପ୍ରମୁଖ ଯୋଗଦେଇ ବିଜ୍ଞାନର ଗୁରୁତ୍ୱ ସହ ଛାତ୍ରଛାତ୍ରୀମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅଧ୍ୟାପିକା ପ୍ରଦୀପ୍ତା ମହାପାତ୍ର ଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ମଂଚକୁ ଆସି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଶେଷରେ ଲଳିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଓ ସାଗରିକା ଜେନା, ରୋଜାଲିନ୍ ପୃଷ୍ଟି, ପ୍ରଫୁଲ୍ଲ ସାମଲ ,ଅଭୟ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *