ମାଲକାନାଗିରି,୨୮/୦୯/୨୦୧୯ ( ଓଡ଼ିଶା ସମାଚାର)- ଜଣେ ଦୁର୍ଦ୍ଧାନ୍ତ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛି । ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ର ଓଡ଼ିଶା ବର୍ଡ଼ର ଜୋନାଲ କମିଟି ର ସଚିବ ଉଦୟ ର ସୁରକ୍ଷା ଦାୟିତ୍ୱରେ ଥିବା ଦୁଲା ମାଡ଼କାମୀ ମାଲକାନାଗିରି ଏସପି ଙ୍କ ନିକଟରେ ଆତ୍ମସମର୍ପଣ କରିଛି । ତା ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସରକାରଙ୍କର ଆତ୍ମସମର୍ପଣ ପାଇଁ ରଖାଯାଇଥିବା ବିଭିନ୍ନ ସୁବିଧା ସୁଯୋଗ ତାଙ୍କୁ ମକ୍ଟମକ୍ଟବ ବୋଲି ଏସପି ଖିଲାରୀ ଋଷିକେଶ କହିଛନ୍ତି । ଓଡ଼ିଶା ସମାଚାର