Saturday , October 16 2021
Breaking News
Home / ସ୍ୱାସ୍ଥ୍ୟ / ଝାରସୁଗୁଡ଼ାଠାରେ ପ୍ରତିଷ୍ଠା ହେବ ସିକିଲ୍ ସେଲ୍ ଗବେଷଣା କେନ୍ଦ୍ର ଓ ଟ୍ରମା କେୟାର ସେଂଟର

ଝାରସୁଗୁଡ଼ାଠାରେ ପ୍ରତିଷ୍ଠା ହେବ ସିକିଲ୍ ସେଲ୍ ଗବେଷଣା କେନ୍ଦ୍ର ଓ ଟ୍ରମା କେୟାର ସେଂଟର

ଭୁବନେଶ୍ୱର,୨୮/୦୯/୨୦୧୯ ( ଓଡ଼ିଶା ସମାଚାର)- ମହାନଦୀ କୋଲ୍ ଫିଲଡ୍ ଭଳି ମହାରତ୍ନ କମ୍ପାନୀ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେଉଥିବା ପାଂଠି ଉପରେ ଆଲୋଚନା ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପସ୍ଥିତ ରହି ମହାନଦୀ କୋଲଡ୍ ଫିଲଡ୍ର ମୁଖ୍ୟ ପରିଚାଳନା ନିର୍ଦ୍ଧେଶକ ଶ୍ରୀ ବି.ଏନ୍. ଶୁକ୍ଳା ଏ ସଂପର୍କରେ ବିଶଦ ତଥ୍ୟ ପ୍ରଦାନ କରିଥିଲେ । ତା’ମଧ୍ୟରୁ ମୁଖ୍ୟତଃ ତାଳଚେରଠାରେ ୪୯୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ମହାନଦୀ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ମେଡିକାଲ୍ କଲେଜର ନିର୍ମାଣ କାର୍ଯ୍ୟ ସରିବା ପରେ କମ୍ପାନୀ କର୍ତୃପକ୍ଷ ଏହାର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ । ସେହିପରି ଝାରସୁଗୁଡ଼ାଠାରେ କମ୍ପାନୀ ପକ୍ଷରୁ ୭୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କାର୍ଡିଆକ୍ କେୟାର ସେଂଟର, ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨.୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୧୦୦ ଶଯ୍ୟାବିଶିଷ୍ଟ ୱାର୍ଡ ଓ ଆଇସିୟୁ, ବୁର୍ଲାଠାରେ ୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଗର୍ଭବତୀ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ କମ୍ପ୍ଲେକ୍ସ ଓ ଆଲିମ୍କୋ ସଂସ୍ଥା ଦ୍ୱାରା ଦିବ୍ୟାଙ୍ଗମାନଙ୍କୁ ୫ କୋଟି ଟଙ୍କାର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରଦାନ କରାଯାଇଛି । ସେହିପରି ଝାରସୁଗୁଡ଼ା ଜିଲ୍ଲାର ଲଖନପୁରଠାରେ ୫୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ ନିର୍ମାଣ ଶେଷ ହେବା ପରେ ଏଠାରେ ରୋଗୀସେବା ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ପାଇଁ ବହୁତଗୁଡ଼ିଏ ଯୋଜନା ହାତକୁ ନିଆଯାଇଛି ବୋଲି ଶ୍ରୀ ଶୁକ୍ଳା ପ୍ରକାଶ କରିଥିଲେ । ଏହି ଅବସରରେ ତାଳଚେର ମେଡିକାଲ୍ କଲେଜ୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ବିଶଦ ଆଲୋଚନା ହେବା ସହ ଝାରସୁଗୁଡ଼ାଠାରେ ସିକିଲ୍ସେଲ୍ ରିସର୍ଚ୍ଚ ସେଂଟର ଓ ଟ୍ରମା କେୟାର କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା । ବୈଠଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଧା, ଯୁଗ୍ମ ସଚିବ ଗୁହାପୁନମ ତାପସ କୁମାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଓ ମହାନଦୀ କୋଲଡ୍ ଫିଲଡ୍ର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ମାଗଣା ଚକ୍ଷୁ ଚିକିତ୍ସା ଶିବିର 

ଗରଦପୁର, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତସ୍ଥିତ ବାସୁଦେଇପୁର  ତାରିଣୀ ମନ୍ଦିର ପ୍ରାଙ୍ଗଣରେ ପାଟକୁରା ପ୍ରଗତି ମଂଚ …

Leave a Reply

Your email address will not be published. Required fields are marked *