କଳାହାଣ୍ଡି,୨୮/୦୯/୨୦୧୯ ( ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲା ଜୁନାଗଡ଼ରେ ଜଣେ ନସିଂଛାତ୍ରୀକୁ ଗଣ ଦୁଷ୍କର୍ମ ମାମଲାରେ ଆଜି ପିଡ଼ିତାଙ୍କୁ ବୟାନ ଆଉଥରେ ରେକର୍ଡ଼ କରାଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପିଡ଼ିତାଙ୍କ ବୟାନ ଅନୁସାରେ ପୋଲିସ ର ରାଜସାକ୍ଷୀ ହୋଇଥିବା ଡ୍ରାଇଭର ଲଲିତେନ୍ଦ୍ର ଶବର ଏହି ଘଟଣାର ମାଷ୍ଟରମାଇଣ୍ଡ୍ ବୋଲି ପିଡ଼ିତା ସୋସିଆଲ ମିଡିଆରେ କହିଥିଲେ । ଏହି ଆଧାରରେ ଆଜି ପିଡ଼ିତାଙ୍କର ବୟାନ ଆଉ ଥରେ ମହିଳା ପୋଲିସ୍ ଙ୍କ ଉପସ୍ଥିତିରେ ରେକର୍ଡ଼ ବରିବା ପରେ ଡ୍ରାଇଭର ଲଲିତେନ୍ଦ୍ର ଶବରକୁ ପୋଲିସ୍ ଗିରଫ କରି କେରର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ ଏହି ଘଟଣାରେ ପୂର୍ବରୁ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋଟଚାଲାଣ କରିଛି । ତେବେ ବର୍ତମାନ ଏହି ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ ଆସିଛି । ପୋଲିସ ର ରାଜସାକ୍ଷୀ ହୋଇଥିବା ଡ୍ରାଇଭର ଲଲିତେନ୍ଦ୍ର ଶବର ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଜଣାପଡିଛି । ଡ୍ରଇଭର ଲଲିତେନ୍ଦ୍ର ଗଣଦୁଷ୍କର୍ମରେ ସାମିଲ ଓ ଯଦି ଲଲିତେନ୍ଦ୍ରକୁ ଦଣ୍ଡ ନମିଳେ ତାହେଲେ ମୁଁ ଆତ୍ମହତ୍ୟା କରିବି ବୋଲି ପିଡିତା ଏକ ୱେବ ଚାନେଲରେ କହିଥିଲେ । ଓଡ଼ିଶା ସମାଚାର