Monday , October 18 2021
Breaking News
Home / ତାଜା ଖବର / କୋଟିପତି କେନ୍ଦୁପତ୍ର ଫରେଷ୍ଟରଙ୍କ ଘରେ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ

କୋଟିପତି କେନ୍ଦୁପତ୍ର ଫରେଷ୍ଟରଙ୍କ ଘରେ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ

ବୌଦ୍ଧ, ୨୮/୦୯/୨୦୧୯ ( ଓଡ଼ିଶା ସମାଚାର)- ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନସ ବିଭାଗପକ୍ଷରୁ ଗୁରୁବାର ଦିନ ଜଣେ କେନ୍ଦୁପତ୍ର ଫରେଷ୍ଟରଙ୍କ ଘରେ ଚଢାଉ କରିଛନ୍ତି । ଗୁରୁବାର ସକାଳୁ ବୌଦ୍ଧ ଓ ଫୁଲବାଣୀ ଭିଜିଲାନସର ମିଳିତ ଉଦ୍ୟମରେ ବୌଦ୍ଧ ଜିଲା କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଭିଜିଲାନସ ଚଢାଉ କରିଥିଲା । ବୌଦ୍ଧ ଚିଜିଲାନଓ ବିଭାଗ ପକ୍ଷରୁ ଏକକାଳୀନ ୪ ଗୋଟି ସ୍ଥାନରେ ଚଡାଉ କରାଯାଇଥିଲା ।ଚଢ଼ାଉରେ ଶ୍ରୀପାତ୍ରଙ୍କର ଦୁଇଟି ବାସଭବନ,ଭଡାରେ ଲାଗିଥିବା ଦୋକାନ,ଅଫିସ କାଗଜପତ୍ର ସବୁ ଯାଂଚ କରାଯାଇଅଛି । ଭିଜିଲାନଓ ଚଢାଉେରେ ଗୋଟିଏ ଘରର ମୁଲ୍ୟ ୫୭ ଲକ୍ଷ, ୬୧ ହଜାର , ଆଉଗୋଟେ ଘରର ମୁଲ୍ୟ ୪୫ ଲକ୍ଷ ୬୮ ହଜାର, ୧୦ ଲକ୍ଷ ୬୮ ହଜାରର ଜମିବାଡି, ଘରର ଆସବାବ ପତ୍ର ମୁଲ୍ୟ ୬ ଲକ୍ଷ ୪୭ ହଜାର, ସୁନାର ମୁଲ୍ୟ ୧ଲକ୍ଷ ୮୨ ହଜାର, ବ୍ୟାଙ୍କରେ ୧ଲକ୍ଷ ୮୫ ହଜାର ଓ ତାଙ୍କ ଘରୁ ୪୧ ହଜାର ଟଙ୍କା ପାଇଥିବା ଭଜିଲାନସ ଡିଏସପି ରବିକାନ୍ତ ସୁନା ସୁଚନା ଦେଇଥିଲେ । ଶ୍ରୀପାତ୍ର ଓଡ଼ିଶା ବନ କର୍ମଚାରୀ ସଂଘର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଆସୁଅଛନ୍ତି । ଶ୍ରୀ ପାତ୍ରଙ୍କ ସମୁଦାୟ ସମ୍ପତିର ମୁଲ୍ୟ ୧ କୋଟି ୨୪ ଲକ୍ଷ ୮୯ ହଜାର ଆକଳନ କରାଯାଇଛି । ଏନେଇ ଡିଏସପି ରବିକାନ୍ତ ସୁନାଙ୍କୁ ପଚାରିବାରୁ ତାଙ୍କର ସମ୍ପତି କୋଟିଏରୁ ଅଧିକ ଆକଳନ କରାଯାଇଛି, ଏବେ ବି ତଦନ୍ତ ଚାଲିଛି , ତଦନ୍ତ ପରେ କେତେ ସମ୍ପତି ତାଙ୍କର ଆୟବର୍ହିଭୁତ ଅଛି ଜଣାପଡିବ ବୋଲି ପ୍ରକାଶ କରିଥିଲେ । ଏହି ଚଢାଉରେ ଇନିସପେକଟର ପୌଲସ୍ତି ଛତରିଆ, ନବିନ ଚନ୍ଦ୍ର ନାୟକ, କୁମୁଦିନି ସାହୁ, କ୍ରିଷ୍ନାକୁମାରୀ ପ୍ରଧାନଙ୍କ ସମତେ ବହୁ କର୍ମଚାରୀ ଏହି ଚଢାଉରେ ସାମିଲ ଥିଲେ । ଅଧିକ ତଦନ୍ତ କରିବା ପାଇଁ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କୁ ଭିଜିଲାନସ୍  ପକ୍ଷରୁ ଅଟକ ରଖାଯାଇଛି । ଓଡ଼ିଶା ସମାଚାର

About admin

Check Also

ଦୁଇ ବନ୍ଧୁକ ବେପାରୀ ଗିରଫ – ୨ ଟି ଦେଶୀ ବନ୍ଧୁକ, ୨ଟି ଗୁଳି, ଗୋଟିଏ ମାଗାଜିନ୍ ଜବତ

କଟକ ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ବନ୍ଧୁକ ବିକ୍ରି ପାଇଁ ଗ୍ରାହକ ଖୋଜୁଥିବା ବେଳେ ମାଲଗୋଦାମ ଥାନା ପୋଲିସ ହାତରେ ଧରା ପଡିଛନ୍ତି …

Leave a Reply

Your email address will not be published. Required fields are marked *