Saturday , October 16 2021
Breaking News
Home / ବିଶେଷ / ଓଡ଼ିଶା ଟିକସ ହିସାବ ସେବା ନିୟମ ୨୦୧୧ର ସଂଶୋଧନକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

ଓଡ଼ିଶା ଟିକସ ହିସାବ ସେବା ନିୟମ ୨୦୧୧ର ସଂଶୋଧନକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

ଭୁବନେଶ୍ୱର,୨୮/୦୯/୨୦୧୯ ( ଓଡ଼ିଶା ସମାଚାର)- ଓଡ଼ିଶା ଟିକସ ହିସାବ ସେବା ନିୟମ ୨୦୧୧ର ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ କହିଥିଲେ ଯେ, ରାଜ୍ୟ ଇତି ମଧ୍ୟରେ ଦ୍ରବ୍ୟ ଓ ସେବା ଟିକସ ପ୍ରଚଳନ କରାଯାଇଥିବାରୁ ରାଜ୍ୟର ଆର୍ଥିକ ସମ୍ବଳ ଏବଂ ରାଜସ୍ୱ କ୍ଷେତ୍ର ଅଧିକ ଗୁରୁତ୍ୱ ବହନ କରୁଛି । ଆର୍ଥିକ ସୁପରିଚାଳନା ନିମନ୍ତେ ଏହି ନିୟମର ଧାରା ୪, ଉପଧାରା-ଗ ଅନୁଯାୟୀ ମଂଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୭୫୩ର ୨୦ ପ୍ରତିଶତ ପଦବୀରେ ହେଉଥିବା ନିଯୁକ୍ତିକୁ ରବ୍ଦ କରାଯାଇଛିା ତତ୍ ସଂଗେ ସଂଗେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସାମର୍ଥ୍ୟ ଥିବା ଓଡ଼ିଶା ଅଧସ୍ଥନ ଆର୍ଥିକ ସେବା ବର୍ଗର କର୍ମଚାରୀ ମାନଙ୍କ ଦ୍ୱାରା ଧାରା-୪ର ଉପଧାରା-ଖ ଅନୁଯାୟୀ ପଦୋନ୍ନତି ମାଧ୍ୟମରେ ପୂରଣ ହେଉଥିବା ମଂଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୭୫୩ର ୩୦ ପ୍ରତିଶତ ପଦବୀ ଗୁଡ଼କୁ ବୃଦ୍ଧି କରାଯାଇ ମଂଜୁରୀ ପ୍ରାପ୍ତ ପଦବୀର ୫୦ ପ୍ରତିଶତରେ ସୀମିତ ରଖାଯାଇଛି । ପଦୋନ୍ନତି ନିମନ୍ତେ ଆବଶ୍ୟକ ପ୍ରାର୍ଥୀ ଉପଲବ୍ଧ ନଥିଲେ ଉକ୍ତ ପଦବୀ ଗୁଡ଼ିକୁ ସିଧା ସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରାଯିବ । ସମ୍ପୃୃକ୍ତ ନିୟମ ଧାରା-୧୭ ଓ ୧୮ ଅନୁଯାୟୀ ଉକ୍ତ ସେବାରେ ସ୍ଥାୟୀ ହେବା ନିମନ୍ତେ ଅଧିକାରୀ ମାନଙ୍କୁ ବିଭାଗୀୟ ପରୀକ୍ଷା ଓ ମଧୂସୂଦନ ଦାସ ପ୍ରାଦେଶିକ ଆର୍ଥିକ ପରିଚାଳନା ପ୍ରତିଷ୍ଠାନର ତାଲିମ ପରୀକ୍ଷାରେ ଉତୀର୍ଣ୍ଣ ହେବା ଆବଶ୍ୟକତା ଥିଲା । ଯେହେତୁ ଏ ପରୀକ୍ଷା ଦ୍ୱୟ ପ୍ରାୟତଃ ସମାନ ଥିବାରୁ ୧୭ରେ ଥିବା
ବିଭାଗୀୟ ପରୀକ୍ଷାକୁ ବାଦ୍ ଦିଆଗଲା । ପରିବୀକ୍ଷଣ ଓ ସ୍ଥାୟୀକରଣ ନିମନ୍ତେ ଧାରା-୧୬ରେ ଥିବା ସର୍ତକୁ ସଂଶୋଧନ କରାଗଲା । ସିଧା ସଳଖ ନିଯୁକ୍ତି ମାଧ୍ୟମରେ ନିଯୁକ୍ତି ପାଉଥିବା ଅଧିକାରୀ ବୃନ୍ଦ ଉକ୍ତ ସେବାରେ ଯୋଗଦେବାଠାରୁ କର୍ତବ୍ୟରତ ଭାବେ ୨ ବର୍ଷ ପର୍ଯ୍ୟନ୍ତ ପରିବୀକ୍ଷଣରେ ରହିବେ ଓ ପଦୋନ୍ନତି ମାଧ୍ୟମରେ ନିଯୁକ୍ତି ପାଉଥିବା ଅଧିକାରୀ ବୃନ୍ଦ ଉକ୍ତ ସେବାରେ ଯୋଗଦେବାଠାରୁ ୧ ବର୍ଷ ପର୍ଯ୍ୟନ୍ତ ପରିବୀକ୍ଷଣରେ ରହିବେ । ଶିକ୍ଷା ନବିଶ ଅଧିକାରୀ ବୃନ୍ଦ ପରିବୀକ୍ଷଣ ସମୟ ସମାପ୍ତି ପରେ ଓ ନିର୍ଦ୍ଧିଷ୍ଟ ତାଲିମ ପରୀକ୍ଷାରେ ଉତୀର୍ଣ ହେବା ପରେ ଯଦି ସ୍ଥାୟୀ ପଦବୀ ଉପଲବ୍ଧ ଥାଏ ତେବେ ଉକ୍ତ ସେବାରେ ସ୍ଥାୟୀ ନିଯୁକ୍ତି ପ୍ରାପ୍ତ ହେବେ । ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତିକରଣର ବ୍ୟାପକ ପ୍ରସାର ଆର୍ଥିକ ସ୍ୱାକ୍ଷରତା ବୃଦ୍ଧି ପାଇଁ କାର୍ଯ୍ୟାନୁଷ୍ଠାନ, ନଗଦ ଅର୍ଥ ବିହୀନ କାରବାରକୁ ପ୍ରୋତ୍ସାହନ ଓ ହିତାଧିକାରୀଙ୍କ ଜମାଖାତାକୁ ସେମାନଙ୍କର ପ୍ରାପ୍ୟ ଅର୍ଥ ସିଧା ସଳଖ ପ୍ରେରଣ ଉପରେ ବିଶେଷ ପ୍ରାଧାନ୍ୟ ଦେବା ପାଇଁ ସ୍ଥିର କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସଖୀବଟରେ ପତ୍ରିକା ‘ଅନ୍ତରୀକ୍ଷ’ର ଲୋକାର୍ପଣ ଉତ୍ସବ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ସ୍ଥାନୀୟ ସଖୀବଟ ସଭା ଗୃହରେ କଳା, ସାହିତ୍ୟ, ସଂସ୍କୃତି, ସେବା …

Leave a Reply

Your email address will not be published. Required fields are marked *