Monday , October 18 2021
Breaking News
Home / ବିଶେଷ / ଆରଟିଓ ଅଫିସ ଗୁଡ଼ିକ ଦଲାଲ ମାନଙ୍କ କବଜାରେ ଥିବା ପ୍ରମାଣିତ

ଆରଟିଓ ଅଫିସ ଗୁଡ଼ିକ ଦଲାଲ ମାନଙ୍କ କବଜାରେ ଥିବା ପ୍ରମାଣିତ

ଭୁବନେଶ୍ୱର,୨୮/୦୯/୨୦୧୯ (ଓଡ଼ିଶା ସମାଚାର)- ଆରଟିଓ କୁ ୧୫ ଦିନ ମଧ୍ୟରେ ଦଲାଲ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେବା ପରେ ରାଜ୍ୟର ବିଭିନ୍ନ ଆରଟିଓ ଅଫିସ ରୁ ବହୁ ସଂଖ୍ୟାରେ ଦଲାଲ ଙ୍କୁ ପୋଲିସ ଗିରଫ କରିବା ପରେ ଆରଟିଓ ଅଫିସ ଗୁଡ଼ିକ ଦଲାଲ ଙ୍କ କବଜାରେ ରହିଥିବା ଯେଉଁ ଅଭିଯୋଗ ହେଉଥିଲା , ତାହା ଅନ୍ତତ ପ୍ରମାଣିତ ହୋଇଛି । ବର୍ତମାନ ଗିରଫ ଦଲାଲ ମାନଙ୍କ ଠାରୁ କଥା ଆଦାୟ କରି ଅଧିକାରୀଙ୍କୁ ଚୂନ ମରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ସେହିପରି ଅନେକ ବର୍ଷ ଧରି ପରିବହନ ବିଭାଗରେ ବଦଳି ହୋଇନାହିଁ । ଅକ୍ଟୋବର ମାନରେ ବଦଳି ହେବ । ଏବେ  ଆରଟିଓ ର କର୍ମଚାରୀ ବ୍ୟାଣ୍ଡ ପିନ୍ଧିବେ । ପରିବହନ କମିଶନର ଏ ସମ୍ପର୍କରେ ରାଜ୍ୟର ସମସ୍ତ ଆରଟିଓ ଙ୍କୁ ପତ୍ର ଲେଖିଛନ୍ତି । ସରକାରୀ କର୍ମଚାରୀ ବ୍ଲୁ କଲର ବ୍ୟାଣ୍ଡ ପିନ୍ଧିବେ ଓ ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ଗ୍ରୀନ୍ କଲର ବ୍ୟାଣ୍ଡ ପିନ୍ଧିବେ  ଏବଂ ସ୍ମାର୍ଟ ଚିଫ୍ କର୍ମଚାରୀ ୟେଲୋ କଲର ବ୍ୟାଣ୍ଡ । ସେହି କଲର ବ୍ୟାଣ୍ଡ  ରୁ କର୍ମଚାରୀ ଜାଣିହେବ । ପରିବହନ ବିଭାଗ ପକ୍ଷରୁ ଟୋଲ ଫ୍ରି ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *