ଭୁବନେଶ୍ୱର,୨୭/୦୯/୨୦୧୯( ଓଡ଼ିଶା ସମାଚାର)-ମହାନଗର ଅନ୍ତର୍ଗତ ସାର୍ବଜନୀନ ଦୁର୍ଗାପୂଜା ପାଇକରାପୁର ଚଳିତବର୍ଷ ୧୩ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଏହି ଦେବୀ ପୀଠ ଐତିହାସିକ ଦେଉଳିଆ ପାହାଡ଼ ପାଦଦେଶରେ ଅବସ୍ଥିତ । କେଉଁ ଆବାହନ କାଳରୁ ଏଠାରେ ଶକ୍ତି ପୂଜା କରାଯାଏ । ଏଠାର ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି ‘ମା’ଦୁଲାଦେବୀ’ ସବୁଜିମାମୟ ପାହାଡ଼ର ପାଦଦେଶରେ ଦୁର୍ଗାପୂଜା ଅନୁଷ୍ଠିତ ହୁଏ । ଏହି ପୂଜା କମିଟିର ବିଶେଷତ୍ୱ ହେଲା ନବଦିନାଙ୍କ ପୂଜା ସମୟରେ ଏହାର କର୍ମକର୍ତାମାନେ ଘର ପରିବାରଠାରୁ ଦୂରେଇ ରହି ଦେବୀପୀଠରେ ଅବସ୍ଥାନ କରନ୍ତି । ଏଠାରେ ନାନାଦି ପ୍ରକାରର ପିଠା ଭୋଗ କରାଯାଏ ଯାହା ଓଡ଼ିଆ ଘରର ପରମ୍ପରା ସହିତ ଜଡ଼ିତ । ଏହାର ଉପଦେଷ୍ଟା ଅଶୋକ କୁମାର ପାଲଟାସିଂହ କୁହନ୍ତି ଏହି ପୂଜା କମିଟିର ବିଶେଷ ଭୋଗ ହେଉଛି ନାନା ପ୍ରକାର ପିଠା ଓ ବିଭିନ୍ନ ପ୍ରକାରର ଫଳଭୋଗ । ପଂକ୍ତି ଭୋଜନ ନବମୀ ତିଥିରେ, ଦଶମୀରେ ଚରୁଅନ୍ନ ପାଇଁ ଜନ ସମାଗମ ହୁଏ । ଏଥର ପୂଜା କମିଟିର ମୁଖ୍ୟ କାର୍ଯ୍ୟ ‘ସ୍ୱଚ୍ଛ ଭୁବନେଶ୍ୱର ଓ ସବୁଜ ଭୁବନେଶ୍ୱର’ ପ୍ରତି ଗୁରୁତ୍ୱାରୋପ ।
କମିଟିର ସଭାପତି ପାର୍ଥ ପ୍ରସାଦ ପାଇକରା (ବୁବୁ) ଅଷ୍ଟମୀ ତିଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇକ ଆଖଡ଼ା ବା ସମରକଳା, ନବମୀ ତିଥିରେ ପାଲା ପରିବେଷଣ ଓ ଦଶମୀ ତିଥିରେ ଭଜନ ସମାରୋହ ଅନୁଷ୍ଠିତ ହେବ ସୂଚନା ଦେଇଛନ୍ତି । ଭଷାଣୀରେ ଲୋକକଳା ପରିବେଷଣ କରାଯିବ । ଓଡ଼ିଶା ସମାଚାର
Home / ବିଶେଷ / ସାର୍ବଜନୀନ ଦୁର୍ଗାପୂଜା କମିଟି ପାଇକରାପୁର,ଭୁବନେଶ୍ୱର ଆନୁକୁଲ୍ୟରେ ‘ପିଣ୍ଡିକି ବାହୁବଳେନ୍ଦ୍ର’ ତୋରଣରେ ଶୋଭା ପାଇବ ‘ପାରଳା ରାଜପ୍ରାସାଦ’