ଗରଦପୁର,୨୭/୦୯/୨୦୧୯ ( ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ର ଚିତ୍ର୍ରୋପ୍ତଳା ମହିଳା ଡିଗ୍ରୀ କଲେଜ, କୋରୁଆରେ ସମାଜବିଜ୍ଞାନ ସମ୍ମାନ ଶ୍ରେଣୀର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । +୩ ଦ୍ୱିତୀୟ ଓ ତୃତୀୟ ବର୍ଷର ସମାଜବିଜ୍ଞାନ ସମ୍ମାନ ଶ୍ରେଣୀ ଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହିତ ନାଚ ଗୀତରେ ଖୁସି ମନାଇଥିଲେ । ସଭାର ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ ବିମ୍ବାଧର ସାହୁ ସଭାପତିତ୍ୱ କରିଥିବାବେଳେ ସମାଜବିଜ୍ଞାନ ବିଭାଗୀୟ ମୁଖ୍ୟ ବିଭୂତି ଭୂଷଣ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡିଗ୍ରୀ କଲେଜ ଅଧ୍ୟକ୍ଷ ଡଃ. ବସନ୍ତ ବେଦବ୍ରତ, ବରିଷ୍ଠ ଅଧ୍ୟାପକ ଅକ୍ଷୟ କୁମାର ଜେନା, ଅଧ୍ୟାପିକା ପରଶମଣୀ ଦାସ, ଅଧ୍ୟାପକ ଅନାଦି ଚରଣ ବେଉରା, ନିର୍ମଳେନ୍ଦ୍ର କୁମାର ମଲ୍ଲିକ, ସରୋଜକାନ୍ତ ଖୁଂଟିଆ, ଗୌରାଙ୍ଗ ଚରଣ ସାହୁ ଯୋଗଦାନ କରି ମହାବିଦ୍ୟାଳୟର ନୀତି ନିୟମ ମାନି ଚଳିବା, ଗୁରୁଜନମାନଙ୍କୁ ଭକ୍ତି କରିବା, ପାଠ ପଢି ଭଲ ମଣିଷ ହେବା ସହିତ ଭବିଷ୍ୟତରେ ଜଣେ ଜଣେ ସୁଗୃହିଣୀ ହୋଇ ଅନନ୍ୟ ଉଦାହରଣ ସୃଷ୍ଟି କରିବାକୁ ଉପଦେଶ ଦେଇଥିଲେ । ସମାଜବିଜ୍ଞାନ ଅଧ୍ୟାପକ ଜୟନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ କର୍ମଚାରୀ ବିଜୟ ମହାନ୍ତି, ସୁଧାକର ପାତ୍ର, ଦୟାନିଧି ନାୟକ, ଗୌରମୋହନ ବାରିକ, ଶରତ ମଲ୍ଲିକ, ଶିତିକଂଣ୍ଠ ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର