Monday , January 24 2022
Breaking News
Home / ବିଶେଷ / ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା

ସାଲେପୁର, ୨୭/୦୯/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା) – ସାଲେପୁର ମଣ୍ଡଳ ଶିକ୍ଷାଜିଲ୍ଲା ପକ୍ଷରୁ ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜନ୍ମବାର୍ଷିକୀ ସମାରୋହ ସାଲେପୁର ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ମଣ୍ଡଳ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରେମଲତା ନାୟକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରଜନୀକାନ୍ତ ଦାଶ, ବିଶିଷ୍ଟ ଅତିଥି ଭାବେ ସାଲେପୁର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ବିଳାସିନୀ ବାହିନୀପତି, କୃଷ୍ଣଚନ୍ଦ୍ର ଦାଶ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବଳରାମ ପାତ୍ର, ଜନାର୍ଦ୍ଧଶ ଦାଶ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ରାଙ୍କନ, ବକ୍ରୃତା, କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାର ଅନୁକନିଷ୍ଠ ବିଭାଗରେ ଲିପ୍ସାରାଣୀ ପୃଷ୍ଟି ପ୍ରଥମ, ରୂପାଲି ବେହେରା ଦ୍ୱିତୀୟ, ଏଚ୍. ଶୁଭଲକ୍ଷ୍ମୀ ତୃତୀୟ ଓ କନିଷ୍ଠ ବିଭାଗରେ କୌସ୍ତୁଭ ସାହୁ ପ୍ରଥମ, ଏଜାଜ୍ ହୁସେନ୍ ଦ୍ୱିତୀୟ, ତନ୍ମୟ ମିଶ୍ର ତୃତୀୟ, ଓ ବରିଷ୍ଠ ବିଭାଗରେ ଉଦ୍ଧିତ୍ ଦର୍ଶନ ବେହେରା ପ୍ରଥମ, ସ୍ପନ୍ଦନ ନାୟକ ଦ୍ୱିତୀୟ, ଚିନ୍ମୟୀ ମହାରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବକ୍ରୃତା ପ୍ରତିଯୋଗିତାର ଅନୁକନିଷ୍ଠ ବିଭାଗରେ ଶୁଭସ୍ମିତା ମଲ୍ଲିକ ପ୍ରଥମ, ପ୍ରୀତିରାଜ ମହାନ୍ତି ଦ୍ୱିତୀୟ,  ଏଚ୍ ଶୁଭଲକ୍ଷ୍ମୀ ତୃତୀୟ, କନିଷ୍ଠ ବିଭାଗରେ ସୋପ୍ନା ସାମଲ ପ୍ରଥମ, ଜୟଶ୍ରୀ ସାହୁ ଦ୍ୱିତୀୟ, ରୋଜାଲିନ୍ ବେହେରା ତୃତୀୟ ସ୍ଥାନ ଓ ବରିଷ୍ଠ ବିଭାଗରେ ଶାଳିନୀ ବିଶ୍ୱାଳ ପ୍ରଥମ, ପ୍ରତୁ୍ୟଷ ମଲ୍ଲିକ ଦ୍ୱିତୀୟ, ବିଷ୍ଣୁପ୍ରିୟା ସାହୁ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ସେହିପରି କୁଇଜ୍ ପ୍ରତିଯୋଗିତାରେ ଅନୁକନିଷ୍ଠ ବିଭାଗରେ ଅଂକିତା ପ୍ରିୟଦର୍ଶିନୀ ସାହୁ ପ୍ରଥମ, ରାଜନନ୍ଦିନୀ ପରିଡ଼ା ଦ୍ୱିତୀୟ, ଭାଗ୍ୟଶ୍ରୀ ନନ୍ଦ ତୃତୀୟ, କନିଷ୍ଠ ବିଭାଗରେ ଶକ୍ତି ସିଦ୍ଧାନ୍ତ ଦାଶ ପ୍ରଥମ, ଆଶିଷ କୁମାର ଦାଶ ଦ୍ୱିତୀୟ, ସୁଦେଷ୍ଣା ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ବରିଷ୍ଠ ବିଭାଗରେ ଶୁଭଶ୍ରୀ ବେହେରା ପ୍ରଥମ, ଅଂକିତା ପ୍ରିୟଦର୍ଶିନୀ ବେହେରା ଦ୍ୱିତୀୟ ଓ ଶୁଭସ୍ମିତା ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏଥିରେ ବିଚାରକ ଭାବେ ତରୁଣ କୁମାର ସାହୁ, ରମାକାନ୍ତ ମିଶ୍ର, ବିଶ୍ୱଭୂଷଣ ସେନାପତି, ସ୍ୱପ୍ନାନନ୍ଦ ସ୍ୱାଇଁ, ବ୍ରହ୍ମାନନ୍ଦ ପାଢ଼ୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସି.ଆର.ସି.ସି. ପ୍ରଭାତ କୁମାର ବେହେରା, ଭରତ ଚନ୍ଦ୍ର ବାରିକ, ଦୀନବନ୍ଧୁ ସାହୁ, ରଂଜନ ମୋହନ ବେହେରା, ନିବାରଣ ସ୍ୱାଇଁ, କେଶବ ଚନ୍ଦ୍ର ବେହେରା, ଅଭୟ କୁମାର ବେହେରା, ରଂଜନ କୁମାର ବେହେରା, ମାନସ ରଂଜନ ରାଉତ, ରଂଜିତ କୁମାର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିବାବେଳେ ସି.ଆର.ସି.ସି. ମୃତୁ୍ୟଞ୍ଜୟ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସି.ଆର.ସି.ସି. ମାନସ ରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସାଲେପୁର ଶିକ୍ଷାଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ଵାଧୀନ ପ୍ରାର୍ଥି  ନାରାୟଣ ଭୋଇଙ୍କ ନାମାଙ୍କନ

କଟକ,୨୩/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥି  ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ …

Leave a Reply

Your email address will not be published. Required fields are marked *