Tuesday , January 18 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ବିଶ୍ୱ ପର୍ଯ୍ୟଟନ ଦିବସରେ ଚିଲିକା ସୁରକ୍ଷା ପାଇଁ ୧୦୦ ଗୀ୍ରନ୍ କମାଣ୍ଡା ଶପଥ ନେଲେ

ବିଶ୍ୱ ପର୍ଯ୍ୟଟନ ଦିବସରେ ଚିଲିକା ସୁରକ୍ଷା ପାଇଁ ୧୦୦ ଗୀ୍ରନ୍ କମାଣ୍ଡା ଶପଥ ନେଲେ

ନିରାକାରପୁର/ଟାଙ୍ଗୀ,୨୭/୦୯/୨୦୧୯ ( ଓଡ଼ିଶା ସମାଚାର)-ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପ୍ରେରଣା ଇରନ୍ୟାସନାଲ ଗ୍ରୀନ ଆର୍ମି ଓ ର୍ମଙ୍ଗଳା ଯୋଡି ଉକୋ ଟୁରିଜିମ ଟ୍ରଷ୍ଟ ତଥା ଭାରତ ଗା୍ରମୀଣ ବିକାଶ ସଂସ୍ଥାନର ମିଳିତ ସହଯାଗରେ ଚିଲିକା କୂଳସ୍ଥ ମଂଗଳା ଯୋଡି ଠାରେ ସଭା ଶୋଭାଯାତ୍ରା ଶପଥ ପାଠ ଓ ସଂବର୍ଦ୍ଧନା ଉସôବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଶିଶୁ ସାହିତ୍ୟକ ପ୍ରଫେସର ଦାଶ ବେନୁହୁର ଯୋଗଦେଇ ଚିଲିକା ଆମର ସମ୍ପତିି ,ପକ୍ଷୀ ଆମର ଅତିଥି,ଏମାନଙ୍କୁ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତବ୍ୟ ।ଏହି ଅବସରରେ ଭାରତ ପକ୍ଷରୁ ପ୍ରେରଣା ଇର ନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡଇନ୍ ଚିଫ ଡ. ଦିଲ୍ଲୀପ ଶୀ୍ରଚନ୍ଦନ ୨୦୨୦ ମସିହା ଅକ୍ଟୋବର ୨ତାରିଖରେ ଜେନିଭା ମିଳିତ ଜାତି ସଂଘ ରେ ଯୋଗଦେବାକୁ ଯାଉଥିବାରୁ ସଭାରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସମ୍ବାଦିକମାନଙ୍କୁ ଉଲ୍ଲେଖନୀୟ କୃତିତ୍ୱପାଇଁ ସଂବର୍ଦ୍ଧତ କରାଯାଇଥିଲା । ଏଥି ସହିତ ଗୀ୍ରନ କମାଣ୍ଡାଭାବେ ୧୦୦ଜଣ ଶପଥ ନେଇଥିଲେ ।ଏଥିରେ ଅନ୍ୟ ମାନଙ୍କ ଭାରତ ଗ୍ରାମୀଣ ବିକାଶ ସଂସ୍ଥାର ଓଡ଼ିଶାର ମୁଖ୍ୟ ସୋରେନ ପଣ୍ଡା, ,ପ୍ରଧ୍ୟାପକ ନିରୋଦ ଖୁଂଟିଆ, ଟୁରିଜିମ ଟ୍ରଷ୍ଟର ମାଲିକ ଜୟକୃଷ୍ଣ ବାରିକ,ଓ ସ୍ଥାନୀୟ ସରପଂଚ ନିରଞ୍ଜନ ବେହେରା ପ୍ରମୁଖ ମଂଚାସିନ ହୋଇ ଚିଲିକା ସୁରକ୍ଷା ସଂପର୍କରେ ବକ୍ତବ୍ୟ ମାନ ପ୍ରଦାନ କରିବା ସହ ଏହି ଅଳକ୍ୁ କିପରି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ସେଥିପ୍ରତି ସମସ୍ତଙ୍କର ସହଯୋଗର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ ।ଶେଷରେ ଓଡିଶା ବୀର ମହା ସଂଘର ସଭାପତି ଡ. ପ୍ରକାଶ ଶୀ୍ରଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ , ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଚିଲିକାରେ …

Leave a Reply

Your email address will not be published. Required fields are marked *