Friday , January 28 2022
Breaking News
Home / ବିଶେଷ / ବିଶେଶ୍ୱର ମହାଦେବ ମନ୍ଦିରରୁ ପ୍ରାଚୀନ ଶ୍ରୀ ଗଣେଶଙ୍କ ମୂର୍ତି ଚୋରି

ବିଶେଶ୍ୱର ମହାଦେବ ମନ୍ଦିରରୁ ପ୍ରାଚୀନ ଶ୍ରୀ ଗଣେଶଙ୍କ ମୂର୍ତି ଚୋରି

ସାଲେପୁର, ୨୭/୦୯/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା) – ବିଳମ୍ବିତ ରାତ୍ରିରେ ସାଲେପୁର ବ୍ଲକ୍ର ବହୁ ପୁରାତନ ପ୍ରାଚୀନ ଶୈବପୀଠରୁ କେହି ଦୁର୍ବୃତ ଏକ ମୁଗୁନି ପଥର ନିର୍ମିତ  ଗଣେଶ ମୂର୍ତି ଚୋରି କରିନେଇଥିବା ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ବାଲିସାହି ପଂଚାୟତ ଅନ୍ତର୍ଗତ ରାଘବପୁର ଗ୍ରାମରେ ଥିବା ପାତାଳୀ ମହାଦେବ ଶୈବପୀଠ ବିଶେଶ୍ୱର ମନ୍ଦିରର ଦକ୍ଷିଣ ଥିବା ପାଶ୍ୱର୍ ଦେବତା  ମୁଗୁନିପଥରରେ ନିର୍ମିତ ୩ଫୁଟ ଉଚ୍ଚତାର ଶ୍ରୀଗଣେଶଙ୍କ ବହୁ ପୁରାତନ ମୂର୍ତିଟିକୁ କେହି ଦୁର୍ବୃତ ଚୋରି କରି ନେଇଯାଇଛି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାଯାଇଛି । ଆଜି ସକାଳୁ ମନ୍ଦିରର ପୂଜକ ମନ୍ଦିରରେ ପହଂଚି ଏହି ଦୃଶ୍ୟ ଦେଖି ହତବାକ୍ ହୋଇଯାଇଥିଲେ । ପୂଜକ ସ୍ଥାନୀୟ ଗ୍ରାମବାସୀଙ୍କୁ ଖବର ଦେବାପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଂଚି ମନ୍ଦିରର ଚାରିପଟେ ଖୋଜାଖୋଜି କଲାପରେ ମୂର୍ତିକୁ ନପାଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରି ଫେରିଯାଇଥିବା ବେଳେ ଖୁବ୍ ଶୀଘ୍ର ଏହି ଚୋରିରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସାଲେପୁର ଥାନା ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ଏହି ମୂର୍ତି ଚୋରି ଘଟଣାରେ ଆନ୍ତରାଜ୍ୟ ଚୋରଙ୍କର ହାତ ଥିବା ସନ୍ଦେହ କରାଯାଉଛି । ମନ୍ଦିରର ରକ୍ଷଣା ବେକ୍ଷଣ ଓ ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯାଉନଥିବାରୁ ବାରମ୍ବାର ସାଲେପୁର ଅଂଚଳରେ ଥିବା ବହୁ ପ୍ରାଚୀନ ମନ୍ଦିରରୁ ମୂଲ୍ୟବାନ୍ ମୂର୍ତି ଗୁଡିକୁ ଚୋରମାନେ ଲୁଟୁଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ମନ୍ଦିରର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାପାଇଁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ବଳଦେବଜୀଉ ମନ୍ଦିରକୁ ମଦ ବୋତଲ ଫିଙ୍ଗିବା ଘଟଣା : ଉପ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବୁଦ୍ଧିଜୀବୀ

କେନ୍ଦ୍ରାପଡା, ୨୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରକୁ ମଦ ବୋତଲ ଫିଙ୍ଗିବା …

Leave a Reply

Your email address will not be published. Required fields are marked *