ପାଟକୁରା, ୨୭/୦୯/୨୦୧୯ ( ଓଡ଼ିଶା ସମାଚାର)- ଚୋରି ଅଭିଯୁକ୍ତଙ୍କୁ ପାଟକୁରା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ,ପାଟକୁରା ଥାନା ଅନ୍ତର୍ଗତ ଦଳଅନ୍ତା ଗ୍ରାମର ବାସନ୍ତୀ ଦାସଙ୍କ ଘର ଓ ଦୋକାନ ଘରୁ ଗତ ୨୧ ତାରିଖ ବିଳମ୍ବିତ ରାତ୍ରୀରେ ଚୋରି ହୋଇଥିଲା । ବାସନ୍ତିଙ୍କ ଘରର ଝରକା ମଧ୍ୟ ଦେଇ ଚୋର ପ୍ରବେଶ କରି ଏମ୍ଆଇ କମ୍ପାନିର ଏକ ମୋବାଇଲ ସେଟ୍ ,ନଗଦ ୧୮ ହଜାର ୫ ଶହ ଟଙ୍କାକୁ ଦୁର୍ବୃତ ଚୋରି କରିନେଇଯାଇଥିବା ସମ୍ପର୍କରେ ବାସନ୍ତୀ ପାଟକୁରା ଥାନାରେ ଲିଖିତ ଅଭିଯାଗ କରିବା ପରେ ଥାନାରେ ଏ ନେଇ ଏକ ଚୋରୀ ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାରେ ପାଟକୁରା ପୁଲିସ ଏଏସ୍ଆଇ ଆ.କେ.ବେଉରିଆ ସେହି ଗ୍ରାମର ସୁଧାଂଶୁ ଶେଖର ଜେନା(୨୩)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଓଡ଼ିଶା ସମାଚାର