Saturday , December 4 2021
Home / ବିଶେଷ / ଘରଭଙ୍ଗା ତାଲିକା ସଂଶୋଧନ ପାଇଁ ଜିଲାପାଳଙ୍କୁ ନିବେଦନ

ଘରଭଙ୍ଗା ତାଲିକା ସଂଶୋଧନ ପାଇଁ ଜିଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା,୨୭/୦୯/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ କ୍ରୋଡା ପଂଚାୟତର ଶତାଧିକ ଗ୍ରାମବାସୀ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ ଫଣି ବାତ୍ୟାରେ ସେମାନଙ୍କ ପଞ୍ଚାୟତର ବହୁ ଲୋକଙ୍କ ଘର ଭାଙ୍ଗିଯାଇଛି । ଯେଉଁମାନେ ଘରଭଙ୍ଗା ସାହାଯ୍ୟ ପାଇବା ପାଇଁ ଯୋଗ୍ୟ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ସେହି ତାଲିକାରୁ ଜଣାଯାଏ ଯେ ସରକାରୀ ଚାକିରି କରିଥିବା,ଶିକ୍ଷକତା କରୁଥିବା, ପେନସନ ପାଉଥିବା ଶିକ୍ଷକ, ଅବସରପ୍ରାପ୍ତ ଏସ.ଆଇ. ଓ ଗ୍ରାମରେ ରହୁନଥିବା ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ବାସ୍ତବରେ ଯେଉଁମାନଙ୍କ ଘର ଭାଙ୍ଗିଛି ଏବଂ ସେମାନେ ଦରିଦ୍ର ଏବଂ ଅସହାୟ ସେମାନଙ୍କ ନାମ ଏହି ତାଲିକାରେ ନାହିଁ । ତେଣୁ ଚକ୍ରୋଡା ପଞ୍ଚାୟତର ଘରଭଙ୍ଗା ତାଲିକାକୁ ପୁନଃ ତଦନ୍ତ କରାଯାଇ ସଂଶୋଧନ କରାଯିବାକୁ ଗ୍ରାମବାସୀ ଦାବି କରିଥିଲେ । କେଶବ ଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଗୌରାଙ୍ଗ ଚରଣ ପଣ୍ଡା,ରଞନ କୁମାର ପଣ୍ଡା,ଜଗବନ୍ଧୁ ପରିଡା,ତ୍ରୈଲୋକ୍ୟ ପ୍ରଧାନ,ସୁଶିଳା ବେହେରା,ସୁନାକର ଦାସ, ରମେଶ ଦାସ,ଭରତ ଜେନା, ଦିବାକର ଦାସ ପ୍ରମୁଖ ଶତାଧିକ ଗ୍ରାମବାସୀ ଜିଲାପାଳଙ୍କୁ ଭେଟିଥିଲେ । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *