Monday , December 6 2021
Breaking News
Home / ବିଶେଷ / ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ପୋଖରୀର ଭ୍ରମ ସୃଷ୍ଟି ହୋଇଛି

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ପୋଖରୀର ଭ୍ରମ ସୃଷ୍ଟି ହୋଇଛି

ପାଟକୁରା,୨୭/୦୯/୨୦୧୯ ( ଓଡ଼ିଶା ସମାଚାର)- ଚଳିତ ଲଗାଣ ବର୍ଷା ଯୋଗୁଁ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମଝିରେ ପୋଖରୀର ଭ୍ରମ ସୃଷ୍ଟି ହୋଇଛି । ପ୍ରକାଶ ଯେ,ନୂଆପଡା-ପାଇଲୋ ଗ୍ରାମ ଉନ୍ନୟନ ବିଭାଗ ଅଧିନରେ ଥିବା ରାସ୍ତାର ଦଳୁଆଣୀ ଗ୍ରାମର ମଝିରେ ନୀରଞ୍ଜନ ସେଠୀ,ସୁରେଶ ଚନ୍ଦ୍ର ଭୋଳ,ପ୍ରକାଶ ଭୋଳ ଓ ପ୍ରମୋଦ ସେନାପତିଙ୍କ ଘର ନିକଟରେ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ଜମି ରହୁଛି । ଏହି ସ୍ଥାନଟି ଅତ୍ୟନ୍ତ ଖାଲ ଥିବାରୁ ଏଠାରେ ପ୍ରାୟ ଦୁଇ ଫୁଟ୍ ଉଚରେ ବର୍ଷା ପାଣି ଜମି ରହୁଥିବାରୁ ଲୋକମାନଙ୍କ ଯାତାୟତରେ ଘୋର ବାଧାପ୍ରାପ୍ତ ହେଉଛି । କେତେକ ସମୟରେ ପଥଚାରୀମାନେ ଏହି ପାଣିରେ ପଡିଯାଉଥିବାବେଳେ,ବାଇକ୍ ଆରୋହୀମାନେ ମାନେ ଯାତାୟତ କରିବା ସମୟରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖାଯାଉଛି । ପଥଚାରୀମାଙ୍କ ଯାତାୟତ କରିବା ପାଇଁ ଏହି ଖାଲ ପାଶ୍ୱର୍ରେ ଗତ ବର୍ଷ ବାଲି ବସ୍ତା ପକାଯାଇଥିବାବେଳେ, ଚଳିତ ବର୍ଷ ବଡ ବଡ କାଠ ଗଡିମାନ ପକାଯାଇଛି । ଏହି ସ୍ଥାନଟି ଗ୍ରାମର ଏକ ଚାରି ଛକ ସ୍ଥାନ ହୋଇଥିବାରୁ ଏହି ସ୍ଥାନରେ ଗ୍ରାମର ଲୋକମାନଙ୍କର ଦୈନିକ ଯାତାୟତ କରାଯିବା ସହିତ ଏହି ରାସ୍ତା ମଧ୍ୟ ଦେଇ ପାଇଲୋ,ସିରସ୍ତା,ଉକୁସାହି, ସାମନ୍ତରାପୁର, ବିଳାସପୁର, ଟିପିରି, କୋଲର ,କେଶଡା, କିଣିଲୋ, ନୂଆପଡା, ପାଟକୁରା, ବେଡାରୀ, ବିଚଣା, ହରିଦାସପୁର ଆଦି ଗ୍ରାମକୁ ଯାତାୟତ କରିବା ସହିତ ତିର୍ତୋଲ ବ୍ଲକ ଅଂଚଳର ଲୋକମାନେ ଏହି ରାସ୍ତା ମଧ୍ୟ ଦେଇ କେନ୍ଦ୍ରାପଡା, ମାର୍ଶାଘାଇ ଓ ନୂଆପଡା ଅଂଚଳକୁ ଆସୁଥିବାବେଳେ, ଅପରପକ୍ଷରେ ମାର୍ଶାଘାଇ ବ୍ଳକ ଅଂଚଳର ଲୋକମାନଙ୍କ ସହିତ ନୂଆପଡା, ବେଡାରୀ, କିଣିଲୋ, ଗୋତ୍ରବିଲ ଆଦି ବହୁ ଗ୍ରାମଗୁଡିକରୁ ଲୋକମାନେ ଏହି ରାସ୍ତା ମଧ୍ୟ ଦେଇ ମା’ ଶାରଳା ଠାକୁରାଣୀ ମନ୍ଦିର ,ତିର୍ତୋଲ ପ୍ରଭୃତି ଅଂଚଳକୁ ଯାତାୟତ କରିଥାଆନ୍ତି । ମାତ୍ର ରାସ୍ତାର ଏହି ସ୍ଥାନରୁ ବର୍ଷା ପାଣି ନିଷ୍କାସନ ହେବାକୁ ପଥ ନ ଥିବାରୁ ମାସାଧିକ କାଳ ବର୍ଷା ପାଣି ଏଠାରେ ଜମାଟ ବାନ୍ଦି ରହୁଛି । ବିଗତ ବର୍ଷରେ ସୃଷ୍ଟି ହୋଇଥିବା ବନ୍ୟାରେ ଏହି ଗ୍ରାମର ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇଥିବାରୁ ତତ୍କାଳିନ ମହାମହିମ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ  କ୍ଷତିଗ୍ରସ୍ତ ହୋଇଥିବା ସମ୍ପୃକ୍ତ ଗ୍ରାମର ଏହି ସ୍ଥାନକୁ ପରିଦର୍ଶନରେ ଆସିବା ସହିତ ବିପନ୍ନମାନଙ୍କର ସମସ୍ୟା ବୁଝି ଫେରିଯାଇଥିଲେ । ସେହି ସମୟରେ ଗ୍ରାମର ଲୋକମାନଙ୍କ ମଧ୍ୟରେ ରାସ୍ତା ଘାଟର ବିକାଶ ହେବ ବୋଲି ଗ୍ରାମର ଲୋକମାନଙ୍କ ମଧ୍ୟରେ ଆଶା ରହିଥିଲା । ମାତ୍ର ପରବର୍ତୀ ସମୟରେ ଯେଉଁ ତିମିରେକୁ ସେହି ତିମିରେ ଭଳି ଏହି ସ୍ଥାନଟି ରହିଯାଇଛି ।  ଏ ସମ୍ପର୍କରେ ଗ୍ରାମର କେତେକ ଲୋକମାନେ ସମ୍ପୃକ୍ତ ମାର୍ଶାଘାଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଜଣାଇବାକୁ ଯାଇଥିଲେ ମଧ୍ୟ ସହକାରୀ ଯନ୍ତ୍ରୀଙ୍କୁ ନ ପାଇ ବାରମ୍ବାର ଫେରିଆସୁଥିବାର ଅଭିଯୋଗ କରିଛନ୍ତି । ଏହି ଖାଲୁଆ ଥିବା ସ୍ଥାନରୁ ଜମି ରହୁଥିବା ବର୍ଷା ପାଣିକୁ ନିଷ୍କାସନ କରିବା ସହିତ ଏହି ସ୍ଥାନକୁ  ଉଚା କରାଯାଇ ଢଳେଇ କରାଯିବାକୁ ଗ୍ରାମର ଲୋକମାନେ ବିଭାଗୀୟ ଉଚ କର୍ତୃପକ୍ଷଙ୍କ ଠାରେ ଦାବି ଜଣାଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *