ତିର୍ତୋଲ, ୨୭/୦୯/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ଅକ୍ଟୋବର ୨ତାରିଖ ତେନ୍ତୁଳିପଦାସ୍ଥିତଆଦିକବି ସାରଳାଦାସଙ୍କ ସମାଧିପୀଠ ଆଦିକବି ଭବନରେ ୧୫୦ ତମ ଗାନ୍ଧୀ ଜୟନ୍ତୀ ସମାରୋହ ପାଳନ ଉପଲକ୍ଷେ ବ୍ୟାପକ ପ୍ରସ୍ତୁତି ହୋଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ସମାରୋହର ସଂଯୋଜକ ତଥା ଅବସରପ୍ରାପ୍ତ ଉପଜିଲାପାଳ ସୁରେଶ ଚନ୍ଦ୍ର ମହାନ୍ତି ପୌରୋହିତ୍ୟ କରିଥିଲେ । ୨ତାରିଖ ସକାଳେ ପ୍ରଭାତ ଫେରୀ, ରାମଧୁନ ଓ ପରେ ପରେ ପ୍ରାଥମିକ ବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା, ଗାନ୍ଧିଜୀଙ୍କ ଫଟୋଚିତ୍ର ଓ ବ୍ୟବହାର କରୁଥିବା ସରଞ୍ଜାମର ପ୍ରଦର୍ଶନୀ ଓ ଅପରାହ୍ନ ୩ଟାରୁ ୫ଟା ଆଲୋଚନାଚକ୍ର ଓ ଗାନ୍ଧିଜୀଙ୍କ ଜୀବନାଦର୍ଶନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ବୋଲି ନିଷ୍ପତିି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖା୍ୟାରେ ଯୋଗ ଦେବାକୁ ଅନୁଷ୍ଠାନ ତରଫରୁ କେନ୍ଦ୍ରୀୟ ପ୍ରଶାସନିକ ଟ୍ର୍ୟବୁନାଲର ଅବସରପ୍ରାପ୍ତ ଉପାଧ୍ୟକ୍ଷ ମନୋରଞ୍ଜନ ମହାନ୍ତି ଅନୁରୋଧ କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ସଭାପତି ବିରଜା ପ୍ରସନ୍ନ ପରିଜା, ସମ୍ପାଦକ ଚିତରଞ୍ଜନ ପରିଜା, କମଳାକାନ୍ତ ପରିଜା, ଝଙ୍କଡ ସାହିତ୍ୟ ସଂସଦର ସମ୍ପାଦକ ଗୋଲୋକ ବିହାରୀ ପଲାଇ, ବାସବ କୁମାର ନନ୍ଦ, ପରମାନନ୍ଦ ମିଶ୍ର, ନିତ୍ୟାନନ୍ଦ ନାୟକ, ଋତୁପର୍ଣ୍ଣା କଳାସାହିତ୍ୟ ସଂସଦର ସଭାପତି ନିତ୍ୟାନନ୍ଦ ଜେନା, ସମ୍ପାଦିକା ରାଜଶ୍ରୀ ସ୍ୱାଇଁ, ଅବିନାଶ ଦାସ, ସୁରେନ୍ଦ୍ର ସାହୁ, ଭାଗିରଥି ମହାନ୍ତି, ତିଲକ କୁମାର ପରିଜା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସାଧୁଚରଣ ମୁଦୁଲି ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର