ଗରଦପୁର,୨୭/୦୯/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଲୋକନାଥ ମହାବିଦ୍ୟାଳୟ, କୋରୁଆ ପରିସରରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଧେଶ ମୁତାବକ ଆୟୋଜିତ ପ୍ରତିଯୋଗିତାରେ କଲେଜର ଅଧ୍ୟକ୍ଷ ଡଃ. ପ୍ରଦୀପ୍ତ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ଅଧ୍ୟାପକ କ୍ଷିରୋଦ ପ୍ରସାଦ ନାୟକ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲାବେଳେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀଙ୍କୁ ଗାନ୍ଧୀ ଜୟନ୍ତୀରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଚାରପତି ଭାବେ ଅଧ୍ୟାପିକା ଡଃ. ବିଚିତ୍ରା ମଂଜରୀ ତ୍ରିପାଠୀ, ସସ୍ମିତା ଆଚାର୍ଯ୍ୟ, ପୁଷ୍ପଲତା ଶତପଥି, ଏଲିନା ପରିଡା, ରିଲୁଶ୍ରୀ ସାମନ୍ତରାୟ, ଅନନ୍ୟା ପରିଡା, ସୁଷମାରାଣୀ ସିଂହ, ଶୁଭଶ୍ରୀ ଦାସ, ଅଧ୍ୟାପକ ଶୁଶାନ୍ତ କୁମାର ପରିଡା ପ୍ରମୁଖ ପରିଚାଳନା କରିଥିଲାବେଳେ ଶୁଭଲକ୍ଷ୍ମୀ ରାଉତ, ସଞ୍ଜିତା ଖାତୁନ, ସୌମ୍ୟରଂଜନ ସ୍ୱାଇଁ, ପାର୍ବତୀ ପଣ୍ଡିତ, ପ୍ରମୋଦିନୀ ବେହେରା, ପ୍ରଭାସିନୀ ବେହେରା, ଲକ୍ଷ୍ମୀପ୍ରିୟା ନନ୍ଦୀ ପ୍ରମୁଖ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିଲେ । କର୍ମଚାରୀ ରଞ୍ଜିତ୍ କୁମାର ଜେନା, ମାନସ ରଂଜନ ସ୍ୱାଇଁ, ଭାବଗ୍ରାହୀ ଦାସ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର