ରାଜକନିକା,୨୭/୦୯/୨୦୧୯(ଓଡ଼ିଶା ସମାଚାର)ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ ଅବସରରେ ରାଜକନିକା ବ୍ଲକର ବିଦ୍ୟାଳୟ ସମୂହକୁ ନେଇ ବ୍ଲକସ୍ତରୀୟ ପ୍ରତିଯୋଗିତା କଂଟପଡ଼ାସ୍ଥିତ କେଶବାନନ୍ଦ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଆରସିସି ମହମ୍ମଦ ହୁମାୟୁନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନୀ ଉସôବରେ ବ୍ଲକ ଶିକ୍ଷା ଅଧିକାରୀ ସରୋଜକାନ୍ତ ବିହାରୀ ମୁଖ୍ୟଅତିଥି ଭାବେ ଏହାକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ତୀର୍ଥାନନ୍ଦ ପ୍ରଧାନ, ସମ୍ମାନିତ ଅତିଥିଭାବେ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର ନାୟକ, କେଶବାନନ୍ଦ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଂଚନବାଳା ଦାସ ଯୋଗ ଦେଇଥିଲେ । ସିଆରସିସି ସଂଜୟ କୁମାର ବଳ ସ୍ୱାଗତ ଭାଷଣ ଦେଇଥିବା ବେଳେ, ସିଆରସିସି ସଞ୍ଜୟ କୁମାର ବିଶ୍ୱାଳ କାର୍ଯ୍ୟକ୍ରମ ପରି•ଳନା କରିଥିଲେ । ରାଜକନିକା ବ୍ଲକର ମୋଟ ୧୦୨ଜଣ ପ୍ରତିଯୋଗୀ ବକ୍ତୃତା, କୁଇଜ୍ ଓ ଚିତ୍ରାଙ୍କନରେ ଭାଗ ନେଇଥିଲେ । ଏଥିମଧ୍ୟରୁ ୧୮ଜଣ ପିଲା କୃତିତ୍ୱ ହାସଲ କରିଥିବା ବେଳେ, ସେମାନଙ୍କ ମଧ୍ୟରୁ ବରିଷ୍ଠ ବିଭାଗରୁ ବକ୍ତୃତାରେ ଅର୍ଚ୍ଚିତା ସାହୁ, କୁଇଜ୍ରେ ଶୁଭମ୍ ନାୟକ, ଚିତ୍ରାଙ୍କନରେ ଆୟୁଷ ସାମନ୍ତରାୟ ଓ କନିଷ୍ଠ ବିଭାଗରୁ ବକ୍ତୃତାରେ ସ୍ଥିତିପ୍ରଜ୍ଞା ଦାସ, କୁଇଜ୍ରେ ଜସ୍ମିନ୍ ନାୟକ, ଚିତ୍ରାଙ୍କନରେ ପ୍ରଜ୍ଞାପରମିତା ସାମଲ ଜିଲାସ୍ତରୀୟ ପ୍ରତିଯୋଗିତାକୁ ମନୋନିତ ହୋଇଛନ୍ତି । ଉଦ୍ୟାପନୀ ଉସôବରେ ରାଜକନିକା ବିଡିଓ ଡିଏସ୍ ଶୁଭଦର୍ଶୀ ଯୋଶୀ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ । ସିଆରସିସି ମହେନ୍ଦ୍ର କୁମାର ମାହୁନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି, ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ଏବଂ ବିଇଓଙ୍କ କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ । ଓଡ଼ିଶା ସମାଚାର