ଗରଦପୁର,୨୭/୦୯/୨୦୧୯ ( ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାମ ବଦଳାଇ ରାଜ୍ୟ ସରକାର ମୋ ଆବାସ ଯୋଜନା ନାମରେ ହିତାଧିକାରୀମାନଙ୍କୁ ପକ୍କା ଘର ବଂଟନ କରୁଥିବାରୁ ବିଜେପି ପକ୍ଷରୁ ଆଜି ଗରଦପୁର ବ୍ଲକ ସମ୍ମୁଖରେ ରଣ ହୁଙ୍କାର ଦିଆଯାଇଥିଲା । ବ୍ଲକ ବିଜେପି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ବିଜେପି କର୍ମୀମାନେ ଏକତ୍ରୀତ ହୋଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାମ ପରିବର୍ତନ କରିବା ସହିତ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅର୍ଥ ହଡପ କରି ରାଜ୍ୟରେ ଥିବା ନବୀନ ସରକାର ନିଜ ଦଳୀୟ କର୍ମୀମାନଙ୍କୁ ସନ୍ତୁଷ୍ଟ କରୁଥିବା ବିଜେପି କର୍ମୀମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀମାନେ ବିଭିନ୍ନ ନାରାବାଜି କରିବା ସହିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦଳର ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା,ଚିତରଞ୍ଜନ ଚୌଧୁରୀ,ନାରାୟଣ ସ୍ୱାଇଁ,ସମିତି ସଭ୍ୟା ଭଗବତୀ ସେଠୀ,ଶଶିଭୂଷଣ ଜେନା,ଶ୍ରୀକାନ୍ତ ସେନାପତି, ଭରତ ଚନ୍ଦ୍ର ସାହୁ, କ୍ଷିରୋଦ ଚନ୍ଦ୍ର ମହାନ୍ତି,ପ୍ରଶାନ୍ତ କୁମାର ମହାନ୍ତି,ପ୍ରତାପ ଚନ୍ଦ୍ର ବାରିକ୍,ଅରୁଣ କୁମାର ପଣ୍ଡା,ପ୍ରମୋଦ ପଟ୍ଟନାୟକ, ସରପଂଚ ସ୍ୱର୍ଣ୍ଣଲତା ନାୟକ,ପ୍ରତାପ ଚନ୍ଦ୍ର ବାରିକ୍,ଅଜୟ କୁମାର ସାହୁ ପ୍ରମୁଖ ଶତାଧିକ ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ବିଡିଓ ଧରଣୀଧର ବେହେରାଙ୍କୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର