Friday , October 29 2021
Home / ବିଶେଷ / କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଗସ୍ତ ଓ ବାର୍ଷିକ ନିରୀକ୍ଷଣ

କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଗସ୍ତ ଓ ବାର୍ଷିକ ନିରୀକ୍ଷଣ

ଜଗତସିଂହପୁର, ୨୭/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଗୁରୁବାର ଜଗତସିଂହପୁର ଜିଲା ଗସ୍ତରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟର ବାର୍ଷିକ ନିରୀକ୍ଷଣ କରିଥିଲେ । ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲା ପ୍ରଶାସନ ପକ୍ଷରୁ ଶ୍ରୀ ସାମଲଙ୍କୁ ସ୍ୱାଗତ କରିଥିଲେ । ପରେ ଶ୍ରୀ ସାମଲ ଜିଲାପାଳଙ୍କ ସଦଭାବନା ସଭାଗୃହରେ ଜିଲାର ରାଜସ୍ୱ ଅଧିକାରୀ, ବିଡିଓ, ତହସିଲଦାର, ଜିଲାସ୍ତରୀୟ ଅଧିକାରୀ, ଡେପୁଟୀ କଲେକ୍ଟର ଓ ସହକାରୀ ଜିଲାପାଳଙ୍କ କାର୍ଯ୍ୟାଳୟ ନିରୀକ୍ଷଣ ରିପୋର୍ଟର ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ରାଜସ୍ୱ ଆୟୁକ୍ତ ଜିଲାପାଳଙ୍କ ୱେବ ଆଧାରିତ ଅଭିଯୋଗ ସମାଧାନ ପରିଚାଳନା, ଇ-ଅଫିସ, ଇଡେସପାଚ ଜନ ସହଯୋଗ କାର୍ଯ୍ୟକ୍ରମ ଦେଖିଥିଲେ ।
ଅଧିକାରୀମାନେ ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ର ଆଧାରରେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ରାଜସ୍ୱ ମାମଲା ଫଏସଲା, ରାଜସ୍ୱ ସଂଗ୍ରହ, ପେନସନ କେସ, କୋର୍ଟ ମାମଲାଗୁଡିକୁ ଅଗ୍ରାଧିକାର ଭିତିରେ ଫଏସଲା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଜିଲାପାଳ ଶ୍ରୀ ମହାପାତ୍ର ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଜନକଲ୍ୟାଣ ଯୋଜନାର ଅଗ୍ରଗତି ସମ୍ପର୍କରେ ରାଜସ୍ୱ ଆୟୁକ୍ତଙ୍କୁ ଅବଗତ କରାଇଥିଲେ । ପ୍ରଥମ ଥର ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଇ-ଅଫିସ ବ୍ୟବସ୍ଥା, ଇ-ଡେସପାଚ ଜନସାଧାରଣଙ୍କ ଅଭିଯୋଗ ଓ ମେଡିଆ କ୍ଲିପିଙ୍ଗ ଡିଜିଟାଇଜେସନ, ମାସର ଚତୁର୍ଥ ଶନିବାର ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା ସହ ୫-ଟି ମନ୍ତ୍ର ଉପରେ ଜିଲାସ୍ତରୀୟ ନଲେଜ ହବ ଆୟୋଜନ ସମ୍ପର୍କରେ ରାଜସ୍ୱ ଆୟୁକ୍ତଙ୍କୁ ଅବଗତ କରାଇଥିଲେ । ଆୟୁକ୍ତ ଶ୍ରୀ ସାମଲ ଅଡିଟ ପାରା, ପେନସନ ମାମଲା, ସୂଚନା ଅଧିକାର ଆଇନ, ଜନଅଭିଯୋଗ, କୋର୍ଟ ଓ ରାଜସ୍ୱ ମାମଲା, ସାର୍ଟିଫିକେଟ କେଶ, ଜବରଦଖଲ, ଆରଓଆର, ବେବନେ୍ଦାବସ୍ତ, ତଉଜି, ଜମି ଅଧିଗ୍ରହଣ, ମମତା ଯୋଜନା, ମିଶନଶକ୍ତି, ଭତା, ଅନୁସୂତିଚ ଜାତି ଓ ଜନଜାତି ପିଲାଙ୍କୁ ସ୍କଲାରସିପ, କୃଷକ ପଞ୍ଜିକରଣ, ଭୋଟର ତାଲିକା ଯାଂଚ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ବୈଠକରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ପ୍ରକଳ୍ପ ନିଦେ୍ର୍ଦଶକ ସରୋଜକାନ୍ତ ମହାନ୍ତି, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲାସ୍ତରୀୟ ଅଧିକାରୀ, ଡେପୁଟୀ ଓ ସହକାରୀ ଜିଲାପାଳ, ବିଡିଓ ଓ ତହସିଲଦାର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *