Saturday , October 8 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କୁଦାନଗରୀରେ ବିଶ୍ୱପର୍ଯ୍ୟଟନ ଦିବସ ପାଳନ

କୁଦାନଗରୀରେ ବିଶ୍ୱପର୍ଯ୍ୟଟନ ଦିବସ ପାଳନ

ଗରଦପୁର,୨୭/୦୯/୨୦୧୯ ( ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଶ୍ରୀଶ୍ରୀ ଶୁକ ପରିକ୍ଷୀତଙ୍କ ପୀଠରେ ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇ ଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା କୁଦାନଗରୀ ପୀଠରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପାଳିତ ହୋଇଥିବା ଏହି ଉତ୍ସବ ଅବସରରେ କୁଦାନଗରୀ ହାଇସ୍କୁଲର ଛାତ୍ରଛାତ୍ରୀମାନେ ହାଇସ୍କୁଲ ପରିସରରୁ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଶୁକ ପରିକ୍ଷୀତଙ୍କ ପୀଠରେ ପହଁଚି ଥିଲେ । କୁଦାନଗରୀ ପୀଠରେ ସଫେଇ କାର୍ଯ୍ୟକ୍ରମ କରିବା ସହ ଔଷଧିୟ ବୃକ୍ଷ ରୋପଣ କରାଯାଇଥିଲା । କୁଦାନଗରୀ ଆଧ୍ୟାତ୍ମିକ ପୀଠ ଓ ପର୍ଯ୍ୟଟନ କ୍ଷେତ୍ରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ହାଇସ୍କୁଲର ପ୍ରଧାନଶିକ୍ଷକ ଦୁର୍ଯେ୍ୟାଧନ ପାଣିଗ୍ରାହୀ ପୌରହିତ୍ୟ କରିଥିବା ବେଳେ ଅତିଥି ଭାବରେ ମଧୁଶାସନ ପଂଚାୟତ ସରପଂଚ ଅରୁଣ କୁମାର ନାୟକ , ସମାଜସେବୀ ଖଗେଶ୍ୱର ଦାସ , ସାମ୍ବାଦିକ ଜ୍ଞାନ ବଲ୍ଲଭ ମହାନ୍ତି , ଧିରେନ ମିଶ୍ର , ସୁବାସ ସାମଲ , ଶିକ୍ଷକ ପ୍ରଫୁଲ୍ଲ କୁମାର ଦାସ , ରବିନ୍ଦ୍ର କୁମାର ନାୟକ , ସାଗର ରଂଜନ ଦାସ , ପ୍ରଜ୍ଞା ପାରମିତା ଚୌଧୁରୀ , ରମେଶ ଚନ୍ଦ୍ର ଦଳାଇ ପ୍ରମୁଖ ପରିବେଶ ସୁରକ୍ଷା , ପର୍ଯ୍ୟଟକମାନଙ୍କୁ ସମ୍ମାନ ଦେବା , ବୃକ୍ଷ ରୋପଣ କରିବା , ଜୀବଯନ୍ତୁମାନଙ୍କୁ ସୁରକ୍ଷା ଦେବା ଆଦି ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଇବା ସହ ବିଶ୍ୱ ପର୍ଯ୍ୟଟନ ସମ୍ପର୍କରେ ବିଶଦଃ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପ୍ରତିନିଧି ଭାବରେ ରାମକୃଷ୍ଣ ସାହୁ , ରମେଶ ଚନ୍ଦ୍ର ସେଠୀଙ୍କ ସମେତ ଅଶ୍ୱନୀ ମିଶ୍ର ଓ ଜୟନ୍ତି ପାତ୍ର ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.