Friday , January 21 2022
Breaking News
Home / ବିଶେଷ / ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମରେ ୫ଟି ଓ ନିଗମର ଉନ୍ନୟନ କାର୍ଯ୍ୟକ୍ରମ ଉପରେ ବୈଠକ

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମରେ ୫ଟି ଓ ନିଗମର ଉନ୍ନୟନ କାର୍ଯ୍ୟକ୍ରମ ଉପରେ ବୈଠକ

ଭୁବନେଶ୍ୱର,୨୭/୦୯/୨୦୧୯ ( ଓଡ଼ିଶା ସମାଚାର)- ଓଡ଼ିଶା ପଣ୍ୟାଗାର ନିଗମର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନୁପ କୁମାର ସାଏଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଚଳିତ ୫ଟି ଉପରେ ଅଧ୍ୟକ୍ଷ ମହୋଦୟ ପୁଙ୍ଖାନୁପୁଙ୍ଖ ଭାବରେ ଏହାର ଉଦ୍ଧେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଏହାକୁ ନିଗମରେ କାର୍ଯ୍ୟକାରୀ କରି ଆଗାମୀ ଭବିଷ୍ୟତରେ ନିଗମର କିପରି ଉନ୍ନତି ହେବ, ସେ ବିଷୟରେ ସୂଚନା ଦେଇଥିଲେ । ତତ୍ସହିତ କର୍ମଚାରୀ ସଂଘ ତରଫରୁ ଉପସ୍ଥାପିତ ହୋଇଥିବା କର୍ମଚାରୀମାନଙ୍କର ଅସୁବିଧାକୁ ଆଗାମୀ ଦିନରେ କିପରି ସମାଧାନ ହୋଇପାରିବ, ସେ ବିଷୟରେ ଆଲୋଚନା କରିଥିଲେ । ଆଗାମୀ ଦଶହରା ପୂଜା ପାଇଁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଅଧ୍ୟକ୍ଷ ମହୋଦୟ ଘୋଷଣା କରିଥିଲେ । ଏଥିପାଇଁ ନିଗମ କର୍ମଚାରୀ ସଂଘ ତରଫରୁ ଅଧ୍ୟକ୍ଷ ମହୋଦୟଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ବୈଠକରେ ନିଗମର ପରିଚାଳନା ନିର୍ଦ୍ଧେଶକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଗରଦିଆଙ୍କ ସହିତ ନିଗମର ଅନ୍ୟାନ୍ୟ କର୍ତୃପକ୍ଷ ଉପସ୍ଥିତ ଥିଲେ ଏବଂ କର୍ମଚାରୀ ସଂଘର ସଭାପତି ଶ୍ରୀଯୁକ୍ତ ଳନିନୀ ରଞ୍ଜନ ପତି, ସାଧାରଣ ସମ୍ପାଦକ ସୁଦର୍ଶନ ଖଟୁଆ, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ପରିଡ଼ା, ସହ ସମ୍ପାଦକ ସର୍ବେଶ୍ୱର ରାଉତରାୟ, କୋଷାଧ୍ୟକ୍ଷ ଜ୍ୟୋତ୍ସ୍ନାମୟୀ ନାୟକ, କର୍ମଚାରୀ ସଂଗ୍ରାମ ସମିତିର ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ରାଉତରାୟ ଓ ନିଗମ ମହାସଂଘର ସଭାପତି ନଟବର ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ଧ୍ରୁବଚରଣ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ବିଜେଡି ଜିଲ୍ଲା ପରିଷଦ ର ନାମାଙ୍କନ ପତ୍ର ଦାଖଲ

ଜୁନାଗଡ଼, ୨୧/୧/୨୦୨୨ (ଓଡିଶା ସମାଚାର /ରାକେଶ ବେମାଲ ): ଜୁନାଗଡ଼ ପଂଚାୟତ ସମିତି ର ସମସ୍ତ ଚାରି ଗୋଟି ଜିଲ୍ଲା …

Leave a Reply

Your email address will not be published. Required fields are marked *