କୁଜଙ୍ଗ, ୨୭/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ଜଟାଧାର ସାମୁଦ୍ରିକ ଥାନା ଏରସମା ବ୍ଲକ୍ ଅନ୍ତର୍ଗତ କଂସାରିପାଟିଆ ସମୁଦ୍ର ଉପକୂଳ ଅଂଚଳରୁ ଜଣେ ଅଜଣା ଯୁବକଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ନିକଟସ୍ଥ ମହାଳ ଗ୍ରାମର କିଛି ଲୋକେ ସମୁଦ୍ରକୁ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ଏହି ମୃତଦେହ ଦେଖିବାକୁ ପାଇଥିଲେ । ଖବର ପାଇ ପାରାଦ୍ୱୀପ ଜଟାଧାର ସାମୁଦ୍ରିକ ଥାନା ଅଧିକାରୀ ସେଠାରେ ଶବ ଜବତ କରିଥିବା ବେଳେ ଯୁବକର ମୃତଦେହ ପଚିଯାଇଥିବା ଓ ମୁହଁଚିହ୍ନି ହେଉଥିବା ଦେଖିବାକୁ ମିଳିଛି । ତେବେ ଯୁବକକୁ ହତ୍ୟା କରାଯାଇ ସମୁଦ୍ର କୂଳରେ ଫିଙ୍ଗି ଦିଆଯାଇଥିବା ଆଶଙ୍କା କରାଯାଉଛି । ପୁଲିସ ପାଟ୍ରୋଲିଂ କରାଯାଉନଥିବାରୁ ଏହି ଅସାମାଜିକ ତତ୍ୱଙ୍କ କାର୍ଯ୍ୟକାଳପ ସହ ଚୋରା ମଦ କାରବାର ବଢୁଥିବା ଅଭିଯୋଗ ହୋଇଛି । ଓଡ଼ିଶା ସମାଚାର