ଆଳି , ୨୬/୦୯/୨୦୧୯ ( ଓଡ଼ିଶା ସମାଚାର)-ଆଳି ଥାନା ଅନ୍ତର୍ଗତ ଭରତପୁର ଗ୍ରାମରେ ହୋଇଥିବା ଡକାୟତି ଘଟଣାରେ ପୁଲିସକୁ କ୍ରମାଗତ ସଫଳତା ମିଳିଛି । କିଛିଦିନ ତଳେପୁଲିସ ୮ ଜଣ ଡ଼କାୟତଙ୍କ ସହ ଏକ ସୁନା ବ୍ୟବସୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତକାଲି ରାତିରେ ଆଳି ପୁଲିସ ମୁନା ଦାସ, ବବ ଦାସଙ୍କୁ ଗିରଫ କାରି କୋର୍ଟ କରିଛି । ଏଥିସହିତ ମହାକାଳପଡା ବନଦୁର୍ଗା ଜୁଏଲାରୀର ସୁନା ବ୍ୟବସାୟୀ ସଂଜୟ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ଦୁଇ ଡ଼କାୟତ ମୂଳସାହି ଗ୍ରାମରେ ହୋଇଥିବା ଚୋରି ସହ ଆଳିରେ ବିଭିନ୍ନ ଜାଗାରେ ଡ଼କାୟତିର ମୁଖ୍ୟ ଅଭିଯୁକ୍ତ ବୋଲି ଆଳି ଥାନା ଅଧିକାରୀ ସଲିଳ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର
